ଇଭିଏମର ଅର୍ଥ ଏଭ୍ରି ଭୋଟ ଫର୍ ମୋଦି : ଯୋଗୀ ଆଦିତ୍ୟନାଥ

37

କନକ ବ୍ୟୁରୋ : ଉତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ନିଷ୍ପତିକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଇଭିଏମକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜଲିୱାଲଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ, ଇଭିଏମ ଦ୍ୱାରା ଯେଉଁମାନେ ନିର୍ବାଚିତ ହୋଇ ଆସିଥିଲେ ସେମାନେ ଏବେ ଏହାକୁ ସମାଲୋଚନା କରୁଛନ୍ତି ।

ନିର୍ବାଚନ କମିଶନ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି । ଦିଲ୍ଲୀ ଏମସିଡି ଭୋଟ ପରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ଆହୁରି ମଜଭୁତ ହୋଇଛି । ତେଣୁ ଇଭିଏମର ଅର୍ଥ ହେଲା ଏଭ୍ରି ଭୋଟ ଫର ମୋଦି ବୋଲି କହିଛନ୍ତି ଯୋଗୀ । ଇଭିଏମ ହେରଫେର ନେଇ ବିରୋଧୀ ଆଣୁଥିବା ଅଭିଯୋଗର ଜବାବ, ଲୋକେ ଏମସିଡି ନିର୍ବାଚନରେ ଦେଇଥିବା ଯୋଗୀ ଆଦିତ୍ୟ ନାଥ କହିଛନ୍ତି ।