କାଟ୍ ଖାଇଲା ଆନାସ୍ଥା ଭୋଟ୍ ! ରାହୁଲଙ୍କ ଆଲିଙ୍ଗନର ଜବାବ ରଖିଲେ ପ୍ରଧାନମନ୍ତ୍ରୀ ।

41

କନକ ବ୍ୟୁରୋ : କାଟ୍ ଖାଇଲା ଅନାସ୍ଥା । ଏନ୍ଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ଟିଡିପି ଏବଂ କଂଗ୍ରେସ ଭଳି ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ୍ ଖାଇଛି । ଅନସ୍ଥା ପ୍ରସ୍ତାବ ବିରୋଧରେ ୩୨୫ଟି ଭୋଟ୍ ପଡିଥିବା ବେଳେ ଅନାସ୍ଥା ସପକ୍ଷରେ ପଡ଼ିଥିଲା ମାତ୍ର ୧୨୬ଟି ଭୋଟ୍ । ଭୋଟ୍ ବେଳେ ଲୋକସଭାରେ ୪୫୧ ଜଣ ସଦସ୍ୟ ଉପସ୍ଥିତି ଥିଲେ । ଗତକାଲି ଦିନ ତମାମ୍ ବିତର୍କ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହୋଇଥିବା ବେଳେ ରାତି ୧୧ଟା ୧୦ରେ ଭୋଟି ହୋଇଥିଲା । ଯେଉଁଥିରେ ବିଜୟୀ ହୋଇ ବିରୋଧୀଙ୍କ ମୁହଁ ବନ୍ଦ କରି ଦେଇଥିଲେ ମୋଦି ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କହିଛନ୍ତି-ଅନାସ୍ଥା ପ୍ରସ୍ତାବ ସରକାର ବିରୋଧରେ ନୁହେଁ କଂଗ୍ରେସ ଏବଂ ସାଥୀ ତଳ ପାଇଁ । ଏନ୍ଡିଏ ସରକାର ଆନ୍ଧ୍ର ପ୍ରଦେଶର ଲୋକଙ୍କ ଆଶା-ଆକାଂକ୍ଷାକୁ ସମ୍ମାନ କରୁଛନ୍ତି ଏବଂ ସରାକାର ଲୋକଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବନ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛିନ୍ତି । ତେବେ କଂଗ୍ରେସର ଭୁଲ ନୀତି ଯୋଗୁଁ ଆନ୍ଧ୍ରରେ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି ।

ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଣ୍ଡେଇବା ଘଟଣାରେ, ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ସ୍ୱାଭାବ ସୁଲଭ ଢଙ୍ଗରେ ରାହୁଲ କଟାକ୍ଷ କରି କହିଥିଲେ- ଆଜି ସକାଳୁ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି, ମତଦାନ ବି ହୋଇନି । ଜୟ ପରାଜୟର ନିଷ୍ପତି ବି ଆସିବା ପୂର୍ବରୁ ମୋ ପାଖକୁ ଆସି ଉଠ ଉଠ କହିଲେ । ଏଠି ନା କିଏ ଉଠାଇ ପାରିବେ ନା ବସାଇ ପାରିବେ । କେବଳ ଦେଶର ୧୨୫ କୋଟି ଜନତା ହିଁ ନିଷ୍ପତି ନେଇପାରିବେ ।

ବିତର୍କ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଖି ଇସାରାକୁ କଡ଼ା ଭାଷାରେ ସାମଲୋଚନା କରିଛନ୍ତି ମୋଦି । କହିଛନ୍ତି- ରାହୁଲଙ୍କ ଆଖି ଇସାରା ଦେଶ ଦେଖୁଛି ବୋଲି ମୋଦି କହିଛନ୍ତି । ରାହୁଲ ଆଖି ମିଶାଇ ଦେଇଥିବା ଚ୍ୟାଲେଂଜ୍ ସଂପର୍କରେ ମୋଦି କହିଛନ୍ତି-କାମଦାର ଲୋକ ନାମଦାର ଲୋକଙ୍କ ସହ ଆଖି ମିଶାଇ ପାରିବେ ନାହିଁ । କଂଗ୍ରେସ ନେତାଙ୍କ ସହ ଯିଏ ଆଖି ମିଶାଇଛି କ’ଣ ଅବସ୍ଥା ହୋଇଛି ଦେଶ ଜାଣିଛି ବୋଲି ମୋଦି କହିଛନ୍ତି । ସୁବାଷ ବୋଷ,ସର୍ଦ୍ଦାର ପଟେଲ, କଂଗ୍ରେସ ନେତାଙ୍କ ସହ ଆଖି ମିଶାଇ ଥିବାରୁ କ’ଣ ସ୍ଥିତି ହେଲା ଦେଶ ଜାଣିଛି ବୋଲି ମୋଦି କଟାକ୍ଷ କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଚୌକିଦାର ନୁହେଁ ଭାଗିଦାର ବୋଲି ରାହୁଲ କହିବା ଘଟଣାରେ ବି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି- ଲୋକଙ୍କ ବିକାଶ ପଥରେ ସେ ଭାବିଦାର କିନ୍ତୁ କଂଗ୍ରେସ ଭଳି ସୌଦାଗର ନୁହେଁ । ଏହା ପୂର୍ବରୁ ରାହୁଲ ଗାନ୍ଧୀ ବିତର୍କରେ ଭାଗ ନେଇ ଏନଡିଏ ସରକାର ଉପରେ କଡ ହମଲା କରିଥିଲେ । କହିଥିଲେ- ପ୍ରତି ଲୋକଙ୍କ ଆକାଉଂଟକୁ ଆସିବାକୁ ଥିବା ଟଙ୍କା କୁଆଡେ ଗଲା । ପ୍ରତିବର୍ଷ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କ’ଣ ହେଲା ବୋଲି ରାହୁଲ ପଚାରିଥିଲେ ।