ପ୍ରବଳ ବର୍ଷାରେ ଭାସିଲା କଟକ ସହର ! ରାସ୍ତା ଉପରେ ପାଣିର ସୁଅ, ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

58

କନକ ବ୍ୟୁରୋ : ସାରା ରାଜ୍ୟରେ ଗତକାଲିଠାରୁ ପ୍ରବଳ ବର୍ଷାଲାଗି ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲେ । ଗତରାତିରୁ ଆରମ୍ଭ ହୋଇଥିବା ବର୍ଷାରେ ରାଜଧାନୀ ଭୁଲନେଶ୍ୱର ସହ କଟକ ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନାଳ ନର୍ଦ୍ଦମା ପାଣି ପଶିବା ଫଳରେ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୋଭର ଷ୍ଟ୍ରୀଟ୍, ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

 

ଏପଟେ ପ୍ରବଳ ବର୍ଷା ହେବାରୁ ସରକାରଙ୍କ ପକ୍ଷରୁ କଟକର ସମସ୍ତ ସ୍କୁଲଓ କଲେଡକୁ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି । ତେବେ ସିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ସିଏମସି ଜଳ ନିଷ୍କାସନ କରୁଥିବା ସମୟରେ ପାଣି କମିନଥିବା ସୂଚନା ମିଳିଛି । ସହରରେ ଭାରି ବର୍ଷା ଲାଗି ରହିଥିବାରୁ ଏବଂ ଡ୍ରେନଜ ବ୍ୟବସ୍ଥା ସଠିକ ଭାବରେ ପରିଚାଳିତ ହୋଇନଥିବାରୁ ଅନେକ ଘରେ ପାଣିପଶିଥିବା ମଧ୍ୟ ଦେଖାଯାଇଛି । ସେପଟେ କତକ ସହରରେ ପାଣି ନିଷ୍କାସନ କରିବା ପାଇଁ ଜାୟିକା ପ୍ରକଳ୍ପ ଓ ଅନେକ ଡ୍ରେନେଜ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେ ସମସ୍ତ ବ୍ୟବସ୍ଥା ଆଜି ଫେଲମାରିଥିବା ଦେଖିବାକୁ ମିଳିଛି । ତେବେ ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ଆକଳନ କରିଥିଲା ।