ନିର୍ବାଚନୀ ବର୍ଷରେ ରାଜନୀତିର ଉଷ୍ମତା ବଢାଇଲା ମୋଦି-ନୀବନଙ୍କ ଏହି ଦୃଶ୍ୟ !

1,512

କନକ ବ୍ୟୁରୋ : ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଓଡିଶାଗସ୍ତ ରାଜ୍ୟ ରାଜନୀତିରେ ଅନେକାଂଶରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ସେପଟେ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟରେ ବିଜେପିର ପରାଜୟ ପରେ ମୋଦିଙ୍କ ଫୋକସରେ ଓଡିଶା ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଇତି ମଧ୍ୟରେ ଆଜି ଓଡିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିଥିଲେ ମୋଦି । ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କୁ ନବୀନ ସ୍ୱାଗତ ମଧ୍ୟ ଜଣାଇଥିଲେ ।

ତେବେ ରାଜନୀତିରେ ଏପରି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । କାରଣ ପୂର୍ବରୁ ଅନେକ ଥର ମୋଦି ଓଡିଶା ଗସ୍ତରେ ଆସିଛନ୍ତି । ଏବଂ ନବୀନଙ୍କ ସହ ଗୋଟିଏ ମଞ୍ଚରେ ମଧ୍ୟ ବସିଛନ୍ତି । ପ୍ରତିଥର ମଞ୍ଚରେ ମୋଦି-ନବୀନଙ୍କ ମଧ୍ୟରେ ବାର୍ତ୍ତାଳାପ ହେଉଥିବାର ଦୃଶ୍ୟ ଦେଖାଯାଏ । କିନ୍ତୁ ଆଜି ଦୃଶ୍ୟ ରହିଛି ଟିକିଏ ନିଆରା । ମୋଦି ନବୀନ ଗୋଟିଏ ମଞ୍ଚରେ ଏକା ପାଖରେ ବସିଥିଲେ ସତ, କିନ୍ତୁ ସେଭଳି କିଛି ବିଶେଷ ବାର୍ତ୍ତାଳାପ ହୋଇନଥିଲା । ଆଉ ନିର୍ବାଚନୀ ବର୍ଷରେ ଏଭଳି ଦୃଶ୍ୟ ରାଜ୍ୟ ରାଜନୀତିର ଉଷ୍ମତା ବଢାଇଦେଇଛି । ଗତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନବୀନଙ୍କୁ ସାକ୍ଷାତ କରିବା ପରେ, ଆଗାମୀ ନିର୍ବାଚନରେ ଆଞ୍ଚଳିକ ଦଳ ବିଶେଷ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି ମୋଦି-ନବୀନଙ୍କ ଏହି ଚିତ୍ର ବୟାନ କରୁଛି, କେଉଁଠି ନା କେଉଁଠି ମୋଦି ଓ ନବୀନଙ୍କ ମନରେ ରାଜନୈତିକ ଭାବନା ଉଙ୍କି ମାରୁଛି । ତେବେ ଆଜି ରାଜ୍ୟ ସରକାରଙ୍କୁ କିଭଳି ଭାବେ ପ୍ରଧାନମନ୍ତ୍ରୀ ଟାର୍ଗେଟ କରୁଛନ୍ତି, ତାହା ହିଁ ଦେଖିବାକୁ ରହିଲା ।