Amazon Pay ରେ ପେମେଣ୍ଟ କରି ଆପଣ ପାଇପାରିବେ ୪ହଜାର ଟଙ୍କା, ଜାଣି ନିଅନ୍ତୁ କ’ଣ ରହିଛି ଅଫର

159

ଯଦି ଆପଣ ଆମାଜନ୍ ପେ ର ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆମାଜନ୍ ପେ ନିଜ ଗ୍ରାହକଙ୍କ ପାଇଁ ‘ଅବ୍ ବଡା ହୋଗା ରୁପୈୟା’ ଅଫର ନେଇକି ଆସିଛି । ଯେଉଁଥିରେ ମୋବାଇଲ ରିଚାର୍ଜ, ବିଲ୍ ର ପୈଠ, ଖାଦ୍ୟ ଅର୍ଡର, ସିନେମା ଟିକେଟ୍, ଟ୍ରାଭେଲ ବୁକିଂ, ଔଷଧ, କିରାଣୀ ସାମଗ୍ରୀ ଏବଂ ଖେଳନା ଭଳି କେତେକ ସାମଗ୍ରୀ ଉପରେ ୪୦୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ୧୮ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଫର ସମସ୍ତ ସାମଗ୍ରୀ ଉପରେ ମିଳିବ ।

ବିଲ ପେମେଣ୍ଟ ଓ ରିଚାର୍ଜ ଉପରେ ୪୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ : ଯଦି ଆପଣ ଆମାଜନ୍ ପେ ଜରିଆରେ ମୋବାଇଲ ରିଚାର୍ଜ କରୁଛନ୍ତି, ତେବେ ପ୍ରଥମ ଥର ରିଚାର୍ଜ କରିବା ଉପରେ ଆପଣଙ୍କୁ ୩୦% କ୍ୟାସବ୍ୟାକ୍ ମିଳିବ । ସେଇଠି ଆମାଜନ୍ ପେ ଜରିଆରେ ଅନ୍ୟ ରିଚାର୍ଜ ଉପରେ ୩୦ ଟଙ୍କାର କ୍ୟାସବ୍ୟାକ୍ ଦିଆଯିବ । ଏହା ବ୍ୟତୀତ ଡିଟିଏଚ୍ ରିଚାର୍ଜ କରିବା ଉପରେ ୨୦%, ବିଜୁଳି ବିଲ ରେ ୧୦%, ଭୋଡାଫୋନ୍ ଓ ଆଇଡିଆର ପୋଷ୍ଟପ୍ୟାଡ ବିଲ ପୈଠ କରିବା ଉପରେ ୨୦-୨୦%, ଅନ୍ୟ ଅପରେଟର୍ସଙ୍କ ବିଲ ପୈଠ କରିବା ଉପରେ ୧୦% କ୍ୟାସବ୍ୟାକ୍ ଦିଆଯିବ । ଏହା ବ୍ୟତୀତ ଲ୍ୟାଣ୍ଡଲାଇନ୍/ବ୍ରଡବ୍ୟାଣ୍ଡ ଓ ପାଇପ ଗ୍ୟାସ୍ ବିଲ ଉପରେ ୧୦% କ୍ୟାସବ୍ୟାକ୍ ମିଳିବ ।

ଯଦି ଆପଣ ସ୍ୱିଗି, ବକ୍ସ୮, ଡୋମିନୋସ୍, ଫାଶୋ, ଫ୍ରେସମେନ୍ୟୁ, ପିଜ୍ଜା ହଟ୍, ଏମସି ଡେଲିଭରିରେ ଆମାଜନ୍ ପେ ଜରିଆରେ ପେମେଣ୍ଟ କଲେ ଆପଣଙ୍କୁ ୮୦୦ ଟଙ୍କାର କ୍ୟାସବ୍ୟାକ୍ ଦିଆଯିବ । ଏହା ବ୍ୟତୀତ ବୁକ୍ ମାଇ ଶୋ ଓ ଯଷ୍ଟ ଟିକେଟରେ ଫିଲ୍ମ ଟିକେଟ୍ ବୁକ୍ କରି ପେମେଣ୍ଟ କଲେ ୨୫୦ ଟଙ୍କା କ୍ୟାସବ୍ୟାକ୍ ମିଳିବ । ଆପଣ ଔଷଧ ଉପରେ ବି ୨୦୦ ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ । ଯଦି ଆପଣ Amazon.in ରୁ କୌଣସି ଜିନିଷ କିଣୁଛନ୍ତି ଓ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ଆମାଜନ୍ ପେ ରୁ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ।