ବିଶ୍ୱାସରେ ଚାଲିଛି ବଜାର : ବିନା ଦୋକାନୀରେ ଚାଲିଛି ଦୋକାନ ।

37

ବିଶ୍ୱାସ ହିଁ ଭଗବାନ। ମାତ୍ର ଆଜିର ଅବିଶ୍ୱାସୀ ଯୁଗରେ କୌଣସି ଅଚିହ୍ନା ଲୋକ ଉପରେ ବିଶ୍ୱାସ କରିବା ବୋକାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କିିନ୍ତୁ ଏହି କଥାକୁ ଭୁଲ୍ ପ୍ରମାଣିତ କରିଛନ୍ତି ମିଜୋରାମବାସୀ । ରାଜଧାନୀ ଏଜବଲରୁ ୬୫ କିଲୋମିଟର ଦୂର ହାଇୱେରେ କିଛି ଦୋକାନରେ ଦେଖିବାକୁ ମିଳିଛି ଏହାର ସତ୍ୟତା।

ପୂରା ସ୍ୱୟଂଚାଳିତ ଖୋଲା ଦୋକାନ । ଜିନିଷ ବିକିବାକୁ ନା ଅଛନ୍ତି ଦୋକାନୀ ନା ଲାଗିଛି ସିସିଟିଭି । ଏମିତି କିଛି ଦୋକାନ ଖୋଲିଛନ୍ତି ସ୍ଥାନୀୟ ଚାଷୀ । ପ୍ରତିଦିନ ସକାଳୁ ବିକ୍ରି ପାଇଁ ନିଜର ପନିପରିବା ବାଉଁସ ଭାଡ଼ି ଉପରେ ରଖି ଏମାନେ ଚାଲିଯାଆନ୍ତି ନିଜ ଚାଷ କ୍ଷେତକୁ ।

ଗ୍ରାହକ ଯେପରି କୈାଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ବେଶ୍ ଯତ୍ନବାନ ଏମାନେ। ତେଣୁ ପ୍ରତ୍ୟେକ ସାମଗ୍ରୀର ଉଚିତ ମୂଲ୍ୟ ଲେଖିବା ସହ ଟଙ୍କା ରଖିବା ଓ ଖୁଚୁରା ପଇସା ପାଇଁ ଭିନ୍ନ ଭିନ୍ନ ଡ଼ବା ରଖିଥାନ୍ତି । ଗ୍ରାହକ ମଧ୍ୟ ଉଚିତ ଦାମ୍ ଦେଇ ଜିନିଷ ନେଇଥାନ୍ତି । ଏମିତିକି ପଇସା ନଥାଇ ମଧ୍ୟ ଲୋକେ ଜିନିଷ ନେଇ ପରେ ଆଣି ଟଙ୍କା ଦେବାର ନଜିର ରହିଛି । ବାସ୍ ଏତିକି ବିଶ୍ୱାସ ତାଙ୍କୁ ଆଜି ବିଶ୍ୱ ଆଗରେ ପରିଚିତ କରିଛି ଏକ ଭିନ୍ନ ରୂପରେ।