ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ ଶେଷ : ଚାନ୍ଦିପୁର କଲାମ ଘାଟିରୁ ୧୧ଟା ୨୫ରେ ହେଲା ଉତକ୍ଷେପଣ

22

କନକ ବ୍ୟୁରୋ : ପରୀକ୍ଷଣ ହେଲା ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିଜାଇଲ । ଚାନ୍ଦିବାଲି ଧାମରା ନିକଟ ଅବଦୁଲ କଲାମ ଦୀପର ୪ନମ୍ବର ଲଂଚ ପ୍ୟାଡରୁ ୧୧ଟା ୨୫ରେ ଏହାର ପରୀକ୍ଷଣ କରାଯାଇଛି । ଏହି ମିଜାଇଲ ୧ ଦଶମିକ ୨ ଟନ ଓଜନର ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ବେଳେ କଠିନ ଇନ୍ଧନ ଦ୍ୱାରା ଚାଳିତ । ଏହା ଆକାଶରେ ୧୨୦ କିଲୋମିଟର ଯାଏଁ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦ କରି ବିଧ୍ୱଂସ କରିପାରିବ । ଅବଦୁଲ କଲାମ ଦୀପରୁ ଏୟାର ଡିଫେନ୍ସ ଇଂଟରସେପ୍ଟର ମିସାଇଲର ଏହା ୧୭ ତମ ପରୀକ୍ଷଣ ହେବ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଇଂଟରସେପ୍ଟର ।