ପୁଣି ପୁରୀରୁ ଆସିଲା ସାଂଘାତିକ୍ ଅଭିଯୋଗ: ଠାକୁର ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକାକୁ ପୁଲିସ୍ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ

219

କନକ ବ୍ୟୁରୋ: ପୁଲିସ୍-ସେବାୟତ ବିବାଦକୁ ୨ ଦିନ ବି ଯାଇନି, ପୁରୀ ଶ୍ରୀମନ୍ଦିରରୁ ଆସିଛି ଅସଦାଚରଣ ଅଭିଯୋଗ । ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲ୍ଲାର ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ପୁଲିସ୍ ଅସଦାଚାରଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଶ୍ରୀମନ୍ଦିର ବାହାରକାଠ ନିକଟରେ ପୁଲିସ କର୍ମଚାରୀ ନାବାଳିକାକୁ ଅସଦାଚରଣ କରିଥିଲେ । କିନ୍ତୁ ନାବାଳିକା ଜଣକ ମଧ୍ୟ ପୁଲିସ ବାବୁଙ୍କୁ ଛାଡିନଥିଲେ । ତାଙ୍କୁ ସେଠାରେ ମାଡ ମାରିଥିବା କହିଛନ୍ତି । ଏହା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସିଂହଦ୍ୱାର ଥାନାରେ ପରିବାର ଲୋକ ସହ ଏନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି ।

 

ଏପଟେ ଘଟଣା ସଂପର୍କରେ ଏସପି କହିଛନ୍ତି-ସିସିଟିଭ କ୍ୟାମେରା ଯାଂଚ କରାଯାଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.