ନବୀନ ସରକାରର ଚତୁର୍ଥ ପାଳିର ଦୁଇବର୍ଷ : ମନ୍ତ୍ରୀ ପରିଷଦର ବୈଠକରେ ବିଭିନ୍ନ ବିଭାଗର ସମୀକ୍ଷା

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀ ସ୍ତରୀୟ ଏକ ଗୁରୁତ୍ୱପୂର୍ଣ ବୈଠକ ସଚିବାଳୟରରେ ଆରମ୍ଭ ହେଲା । ଏହି ବୈଠକରେ ବିଜେଡି ସରକାରଙ୍କ ସଫଳତା ଓ ବିଫଳତା ଉପରେ ଆଲୋଚନା କରାଯିବ । ବିଭନ୍ନ ବିଭାଗର ମନ୍ତ୍ରୀମାନେ ଏ ନନେଇ ନବୀନଙ୍କ ପାଖରେ ଉତର ରଖିବେ । ସେହିପରି ବିଭିନ୍ନ ବିଭାଗର କାର୍ଯ୍ୟ କୁ ମଧ୍ୟ ମନ୍ତ୍ରୀ ପରିଷଦର ବୈଠକରେ ଆଲୋଚନା କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିକୁ ପୁରିଛି ଦୁଇ ବର୍ଷ । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ଅଛନ୍ତି ।