ରୁଷିଛନ୍ତି ରିଷି : ଟାର୍ଗେଟରେ ଗାନ୍ଧୀ ପରିବାର

85

ଏଥର ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି ଅଭିନେତା ରିଷି କପୁର । ସିଧାସଳଖ ଭାବେ ଆକ୍ଷେପ କରିଛନ୍ତି । ଏକଥା ସୋସିଆଲ ମିଡିଆରେ ଏବେ ସବୁଠି ଚର୍ଚ୍ଚାରେ । ଦେଶର ସମସ୍ତ ଜାତୀୟ ସମ୍ପତି ଗାନ୍ଧୀ ପରିବାର ନାଁରେ ହୋଇଥିବାରୁ ରିଷି ଉଠାଇଛନ୍ତି ପ୍ରଶ୍ନ । ବର୍ଷିଛନ୍ତି କଂଗ୍ରେସ ଉପରେ । ଜାତୀୟ ସମ୍ପତି କଂଗ୍ରେସର ପୈତୃକ ସମ୍ପତି ନୁହେଁ ବୋଲି କହିଛନ୍ତି ରିଷି । ସବୁର ଆରମ୍ଭରେ ଗାନ୍ଧୀ ପରିବାରର ନାଁ ରହିବା ଯୁକ୍ତିଯୁକ୍ତ ନୁହେଁ ବୋଲି ରିଷି ଯୁକ୍ତି ବାଢିଛନ୍ତି । ତାହା ପୁଣି ଟ୍ୱିଟର ଏାକାଂଉଟ ମାଧ୍ୟମରେ । କଂଗ୍ରେସ ସରକାର ଅମଳରେ ଦେଶର ବିଭିନ୍ନ ଜାତୀୟ ସମ୍ପତି ଆଗରେ ଲଗାଯାଇଥିବା ଗାନ୍ଧୀ ପରିବାର ନାମକୁ ତୁରନ୍ତ ହଟାଯିବା ଉଚିତ୍ ବୋଲି ରିଷି ଯୁକ୍ତି ବାଢିଛନ୍ତି । ଅଭିନେତା ରିଷି କପୁରଙ୍କ ଟ୍ୱିଟକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ରୁଷିଛନ୍ତି ରିଷି, ଟାର୍ଗେଟରେ ଗାନ୍ଧୀ ପରିବାର ।

rishi kapoor tweet rishi kapoor tweet

ଟ୍ୱିଟରରେ ଦେଇଥିବା ମନ୍ତବ୍ୟକୁ ନେଇ ରିଷି ଏବେ ସମସ୍ତଙ୍କ ପାଖରେ ବନିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ବଲିଉଡର ଏହି ଅଭିନେତା ଏଥର ଅପ୍ରତ୍ୟାଶିତ ଭାବେ ଟାର୍ଗେଟ କରିଛନ୍ତି ଗାନ୍ଧୀ ପରିବାରକୁ । ଦେଶର ଅନେକ ସଡକ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ସବୁକିଛିର ନାମକରଣ ନେହେରୁ – ଗାନ୍ଧୀ ପରିବାର ନାମରେ କରାଯାଇଥିବାକୁ ନେଇ ରିଷି ଦେଇଛନ୍ତି କଡା ଟିପ୍ପଣୀ । ରିଷି ଲଗାତର କେତେକ ଟ୍ୱିଟ କରି ଗାନ୍ଧୀ ପରିବାରର ପୂର୍ବଜଙ୍କ ନାମରେ ଥିବା ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର, ରାଜିବ ଗାନ୍ଧୀ ଉଦ୍ୟୋଗ ବା ଫିଲ୍ମ ସିଟି ଉପରେ ପ୍ରଶ୍ନ ଉଠାଇଛନ୍ତି । ରିଷି ଏକ ଟ୍ୱିଟରେ ଲେଖିଛନ୍ତି କଂଗ୍ରେସ ଯେଉଁ ପ୍ରତିଷ୍ଠାନ ଗୁଡିକର ନାମ ପରିବାର ନାମରେ ରଖିଛି ସେଗୁଡିକ ବଦଳାଯାଉ । ସେହିପରି ଆଉ ଏକ ଟ୍ୱିଟ କରି ରିଷି ଲେଖିଛନ୍ତି ବାନ୍ଦ୍ରା ୱର୍ଲି ସି ଲିଙ୍କର ନାମ ଲତା ମଙ୍ଗେସକର କିମ୍ବା ଜେଆରଡି ଟାଟା ଲିଙ୍କ୍ ରୋଡ୍ ରଖାଯାଇ ପାରିବ । ଏମାନେ ସବୁକୁ ନିଜ ବାପାର ସମ୍ପତି ବୋଲି ଭାବି ନେଇଛନ୍ତି ବୋଲି ଗାନ୍ଧୀ ପରିବାର ଉଦେଶ୍ୟରେ କହିଛନ୍ତି ଅଭିନେତା ରିଷି କପୁର । ଯାହା ସିଧାସଳଖ ଭାବେ ଇଙ୍ଗିତ କରିଛି ଗାନ୍ଧୀ ପରିବାରକୁ ।

rishi kapoor tweet ରିଷି ଆଉ ଏକ ଟ୍ୱିଟରେ ଲେଖିଛନ୍ତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର କାହିଁକି? ମହାତ୍ମା ଗାନ୍ଧୀ କିମ୍ବା ଭଗତ ସିଂ, ଆମ୍ବେଦକର କିମ୍ବା ମୋ ନାଁ ରିଷି କପୁର ନାଁରେ କାହିଁକି ନାମିତ କରାଯିବ ନାହିଁ? ଏତିକିରେ ସିମିତ ନଥିଲେ ରୁପେଲି ପରଦାର ଏହି ଅଭିନେତା ରିଷି କପୁର । ମୁମ୍ବଇ ଫିଲ୍ମସିଟି ନାମ ଉପରେ ବି ଆପତି ଆଣିଥିଲେ । ରିଷିଙ୍କର ଏହି ମନ୍ତବ୍ୟକୁ ନେଇ କଂଗ୍ରେସ କରିଛି ସମାଲୋଚନା । କଂଗ୍ରେସ ଓଲଟା ଭାବେ ରିଷିଙ୍କ ଉପରେ ଆକ୍ଷେପ କରି କହିଛି ରିଷି ଏସବୁ କହିବାର ମୁଖ୍ୟ କାରଣ ହେଉଛି ସେ ବିଜେପିର ଗୁଡ ବୁକରେ ରହିବାକୁ ପ୍ରୟାସ ଜାରି ରଖିଛନ୍ତି ।

ରିଷିଙ୍କର ଏହି ଟ୍ୱିଟକୁ ନେଇ ବଲିଉଡ ଅଭିନେତା ଅନୁପମ ଖେର ନିଜର ମତାମତ ମଧ୍ୟ ରଖିଛନ୍ତି । ଅନୁପମ କହିଛନ୍ତି ବହୁତ ଲୋକ ଏସବୁ ବିଷୟକୁ ନେଇ ଚର୍ଚ୍ଚା କରୁଥିବା ବେଳେ ରିଷି ଏହାକୁ ସାର୍ବଜନୀନ ମଂଚରେ ଏକ ବିଶେଷ ମୁଦ୍ଦା ଭାବେ ଉପସ୍ଥାପନ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ୍ ଦେଉଛି । କାରଣ ଆମ ଦେଶରେ ଏମିତି କିଛି ପରିବାର ଅଛନ୍ତି ଯାହାଙ୍କର ଦେଶପାଇଁ ଯୋଗଦାନ କିଛି କମ୍ ନୁହେଁ । ଏପରି ସ୍ଥଳେ କେବଳ ଗାନ୍ଧୀ ପରିବାର ନାଁରେ କାହିଁକି ଏଠି ସବୁକୁ ନାମିତ କରାଯାଉଛି । ତେବେ ରିଷିଙ୍କର ଏପରି ଟ୍ୱିଟକୁ ନେଇ କେତେ ସମର୍ଥନ ଆସୁଛି ତ ଆଉ କେତେ ବିରୋଧ ବି ଆସୁଛି ।

rajiv-gandhi-high-school-1463573505ଦେଶର ରାଜନୀତିରେ ପରିବାରବାଦର ପ୍ରଥମ ଉଦାହରଣ ପାଲଟିଛନ୍ତିି ଗାନ୍ଧି ପରିବାର । ଅନେକ ସରକାରୀ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ,କୀଡ୍ରା କାର୍ଯ୍ୟକ୍ରମ , ଷ୍ଟାଡିୟମ୍ ,ଡାକ୍ତରଖାନା , ବଡ ବଡ କୋଠା , ରାସ୍ତା ,ଏୟାରପୋର୍ଟ ,ବନ୍ଦର ଏବଂ ଅନେକ ପୁରସ୍କାର ସହ ଅନେକ ଶିକ୍ଷାନୁଷ୍ଠାନ ଓ ଅନେକ ପଦ ପଦବୀ ଆଦିରେ ଗାନ୍ଧି ପରିବାରର ନାମ ରହିଛି । ହେଲେ ଏହା ପଛର ରହସ୍ୟ କ’ଣ ତାହା ସ୍ପଷ୍ଟ ଜଣା ନାହିଁ । କଂଗ୍ରେସ ଶାସନ ସମୟରେ ଗାନ୍ଧୀ ପରିବାରର ବ୍ୟକ୍ତି ବିଶେଷଙ୍କ ନାମ ଅନୁସାରେ ଦେଶର ଅର୍ଦ୍ଧାଧିକ ସମ୍ପତିକୁ ନାମକରଣ କରାଯାଇଛି । ଯାହା ଆଜି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ହୋଇ ଉଙ୍କିମାରିଛି ।

indira gandhi airportଭାରତରେ ଗାନ୍ଧୀ ରାଜ୍ । ସବୁଠି ଦେଖିଲେ କିଛି ନା କିଛି ନଜରକୁ ଆସୁଛି ଗାନ୍ଧୀ ପରିବାର ସଦସ୍ୟଙ୍କ ନାଁ ସହ ଯୋଡି ହୋଇ । ଅନେକ ସ୍ଥାନର ନାଁ ଓ ଦେଶର ଅନେକ ସ୍କିମର ନାମକରଣ ଏହି ଗାନ୍ଧି ପରିବାର ନାଁରେ ହିଁ ହୋଇଛିି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ,ଇନ୍ଦିରା ଗାନ୍ଧି ଓ ରାଜିବ ଗାନ୍ଧି ଆଦିଙ୍କ ନାଁରେ ଦେଶର ଅନେକ ଜିନିଷ ଓ ସ୍ଥାନର ନାମକରଣ ହୋଇଛି । ଦେଶର ପ୍ରମୁଖ ସ୍ଥାନ ରାଜଧାନୀ ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧି ଇଂଟରନ୍ୟାସନାଲ୍ ଏୟାରପୋର୍ଟ । ଯେଉଁଠୁ ପ୍ରତିଦିନ ବିଦେଶକୁ ବିମାନ ଉଡିଥାଏ । ଏହି ଇଂଟରନ୍ୟାସନାଲ ଏୟାରପୋର୍ଟର ନାମକରଣ କରାଯାଇଛି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ନେହେରୁଙ୍କ କନ୍ୟା zzzzzଇନ୍ଦିରାଙ୍କ ନାଁରେ । ସେହିପରି ଜବାହରଲାଲ୍ ନେହେରୁ ୟୁନିଭର୍ସିଟି, ଏଥିରେ ବି ଛାପ ରହିଛି ଗାନ୍ଧୀ ପରିବାରର । ଏଥର ପାଳି ଇନ୍ଦିରାଙ୍କ ଉତର ଦାୟୀ ରାଜୀବଙ୍କର । ରାଜିବଙ୍କ ନାଁରେ ରହିଛି ରାଜିବ୍ ଚୈାକ୍, ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଆଦି ଅନେକ କିଛି । ତା’ସହ ଇନ୍ଦିାଙ୍କ ନାଁରେ ରହିଛି ଇନ୍ଦିରାଗାନ୍ଧି ଇଂଡୋର ଷ୍ଟାଡିୟମ୍ ଆଦି ପ୍ରମୁଖ୍ୟ ସ୍ଥାନ । ଯାହା ସୂଚନା ଦେଉଛି ଗାନ୍ଧି ପରିବାର ଏକଛତ୍ରବାଦ ଶାସନର । ଭାରତରେ ୯୮ଟି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗାନ୍ଧି – ନେହେରୁ ପରିବାର ନାମରେ ନାମକରଣ ହୋଇଛି । କ୍ରିଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି ଅନୁରୁପ ଅବସ୍ଥା । ୧୯ଟି ଷ୍ଟାଡିୟମ , ଓ ୨୮ଟି ଟୁର୍ଣ୍ଣାମେଂଟ ସହ ଜବାହରଲାଲ୍ ନେହେରୁ ଫୁଟବଲ୍ କପ୍ ମଧ୍ୟ ଗାନ୍ଧି – ନେହେରୁ ପରିବାର ନାଁରେ ନାମିତ । ୩୭ ଟି ଅନୁଷ୍ଠାନ ଓ ପଦପଦବୀ ,୭୪ଟି ବଡ ବଡ ରାସ୍ତା ଓ କୋଠାଘର ,୫୧ଟି ପୁରସ୍କାର ,୧୫ଟି ଛାତ୍ରବୃତି , ୩୯ଟି ଡାକ୍ତଖାନା ଓ ୫ଗୋଟି ବନ୍ଦର ଓ ଏୟାରପୋର୍ଟର ନାମ କରଣ ହୋଇଛି ଏହି ନେହେରୁ – ଗାନ୍ଧି ପରିବାର ନାଁରେ । ଏହା ସହ ୧୭ଟି କେନ୍ଦ୍ରୀୟ ସରକାରୀ ସ୍କିମ୍ ଓ ୪୯ଟି ରାଜ୍ୟ ସରକାର ସ୍କିମ୍ ଗାନ୍ଧି ପରିବାର ନାଁରେ ନାମକରଣ ହୋଇଛି । ୨୦୦୯ ମସିହାରେ ଆର୍ଟିଆଇ ଉନ୍ମୋଚନ କରିଥିଲା ଏକ ତଥ୍ୟ । ନେହେରୁ-ଗାନ୍ଧି ପରିବାର ନାମରେ ଦେଶରେ ୪୫୦ରୁ ଅଧିକ ସ୍କିମ୍ ଓ ସରକାରୀ ପ୍ରୋଜେକ୍ଟର ନାମକରଣ କରାଯାଇଛି ।

ଅଭିନେତା ରିଷି କପୁରଙ୍କ ଟ୍ୱିଟ ଆଜି ଜନତାଙ୍କୁ କରିଛି ଜାଗ୍ରତ । ଦେଶର ବିଭିନ୍ନ ଭାଗରେ ଜଡିତ ଅଛି ଗାନ୍ଧୀ ପରିବାରର ନାଁ । ରସ୍ତାଘାଟଠାରୁ ଆରମ୍ଭ କରି ବିମାନବନ୍ଦର । ସବୁ ଯେମିତି ଗାନ୍ଧୀ ପରିବାରର ଏକଚାଟିଆ ଅଧିକାର । ଏଠି ଅନ୍ୟମାନଙ୍କର ସ୍ଥାନ ନାହିଁ । ପ୍ରତିଟି କ୍ଷେତ୍ରରେ ଗାନ୍ଧୀ ପରିବାର ଯୋଡି ଦେଇଛନ୍ତି ସେମାନଙ୍କ ନାଁ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ରାଜିବ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସବୁ ଯେମିତି ଏକାନଙ୍କର ପୈତୃକ ସମ୍ପତି । ରିଷିଙ୍କ ମତକୁ ଦେଖି ଅନେକ ଏହାକୁ ସ୍ୱାଗତ କରିଥିବା ବେଳେ କଂଗ୍ରେସ କରିଛି ସମାଲୋଚନା । ତେବେ ସମୟ ଆସିଲେ ଜଣା ପଡିବ ଏଥିରେ କି ପ୍ରକାର ରାଜନୀତି ପ୍ରୟୋଗ କରାଯାଇଛି ।