ଖଣିମାଲିକଙ୍କଠାରୁ ଜରିମାନା ଅର୍ଥ ଆଦାୟ ପାଇଁ ଅଣ୍ଟାଭିଡ଼ିଲା ଖଣିବିଭାଗ । ଖୁବଶୀଘ୍ର ୫୬ ଖଣିମାଲିକଙ୍କୁ ହେବ ନୋଟିସ

26

କନକ ବ୍ୟୁରୋ : ଖୁବ ଶୀଘ୍ର ଖଣି ମାଲିକଙ୍କୁ ହେବ ନୋଟିସ । ୫୬ଟି ଖଣି ମାଲିକଙ୍କୁ ନୋଟିସ କରାଯିବା ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ୫୬ଟି ଖଣିରୁ ୭ ହଜାର ୬୮୯ କୋଟି ଟଙ୍କା ଆଦାୟ କରାଯିବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ । ୫୬ଟି ଖଣିରୁ ୧୩ ଜଣ ଅଧା ପେମେଂଟ କରିଥିବା ଖଣି ମନ୍ତ୍ରୀ କହିଛନ୍ତି ।

ବାରମ୍ବାର ନୋଟିସ ସତ୍ତ୍ୱେ ଜରିମାନା ଦେଉନଥିବା ଖଣିମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ସରକାର । ପ୍ରାୟ ୫୬ଟି ଲଜଧାରୀଙ୍କୁ ନୋଟିସ ପଠାଇବାକୁ ରାଜ୍ୟ ଖଣିବିଭାଗ ବିଚାର କରୁଛି । ଏମାନଙ୍କ ମଧ୍ୟରୁ ୧୩ଟି ଲିଜଧାରୀ ଜରିମାନା ରାଶିର ଅଧା ପୈଠ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୩୧ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀଙ୍କୁ ଜରିମାନା ପୈଠପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୩୧ ସୁଦ୍ଧା ଜରିମାନା ରାଶି ପ୍ରଦାନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ଏମାନଙ୍କଠାରୁ ୧୭,୫୭୬ କୋଟି ଟଙ୍କାର ଜରିମନା ବସାଯାଇଥିଲା । ତେବେ ଏହି ସମୟସୀମା ମଧ୍ୟରେ ଅର୍ଥ ପୈଠ କରିନଥିବାରୁ ଲିଜଧାରୀଙ୍କଠାରୁ ସୁଧ ସହ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୨ ହଜାର କୋଟି ଟଙ୍କା ଆଦାୟ କରିଛନ୍ତି । ତେବେ ଅର୍ଥ ପୈଠ କରିନଥିବା ଲିଜଧାରୀଙ୍କଠାରୁ ସୁଧସମେତ ଆଉ ୭୬୮୯ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।