ଭୂତ କଣ୍ଢେଇର ଦ୍ୱୀପପୁଞ୍ଜ ! ଦିନବେଳେ ସ୍ୱାଭାବିକ,ରାତିହେଲେ ଶୁଭେ ଅସ୍ୱାଭାବିକ ବିକଟାଳ ଚିତ୍କାର

358

ଭୁତ ସତରେ ଅଛି କି ନାହିଁ ଏନେଇ ଅନେକ ତର୍କବିତର୍କ ହୁଏ । କିଏ ଭୂତ ଅଛନ୍ତି କହନ୍ତି ତ ଆଉ କିଏ ନାହିଁ । ଭୂତ ନାଁ ଶୁଣିଲେ କିଛି ଲୋକଙ୍କ ମନରେ ଛନକା ପଶେ । ଭାରତରେ ଭୂତ ପ୍ରେତକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଏହାସହ କିଛି ଲୋକ ଭୂତର ଅବସ୍ଥିତି ଅନୁଭବ କରିଛନ୍ତି ବୋଲି ମଧ୍ୟ ଦାବି କରନ୍ତି । ରାତିର ଘନ ଅନ୍ଧକାରରେ ଜୁଳୁଜୁଳିଆ ପୋକଟିଏ ମଧ୍ୟ ଦେଖିଲେ ଛାତିରେ ଛନକା ପଶିଯାଏ । ଅନ୍ଧାରେ ଦେଖିଲେ ଡରମାଡ଼େ । ତେବେ ଏପରି ମେକ୍ସିକୋରେ ଏପରି ଏକ ଦୀପପୁଞ୍ଜ ଅଛି ଯାହାକୁ ଭୂତ କଣ୍ଢେଇର ଦୀପପୁଞ୍ଜ କୁହାଯାଏ ।

ଦ୍ୱୀପପୁଂଜ ଭୂତ କଣ୍ଢେଇର । ଯେଉଁଠାରେ ରାତିରେ ଶୁଭୁଛି ବିକଟାଳ ଶବ୍ଦ । ଗପ ପରି ଲାଗୁଥିଲେ ବି ଏହା ସତ । ମେକ୍ସିକୋରେ ରହିଛି ଏମିତି ଏକ ଦ୍ୱୀପପୁଞ୍ଜ ଯେଉଁଠି ଗଲେ ହୁଏତ ଆପଣ ଟିକେ ଡରି ଯାଇପାରନ୍ତି । ଗଛ ମଧ୍ୟରେ ଦେଖିବାକୁ ମିଳନ୍ତି ବିଭିନ୍ନ ପ୍ରକାର ଚିତ୍ର ବିଚିତ୍ର କଣ୍ଢେଇ । ମେକ୍ସିକୋ ସିଟିରୁ ୧୭ କିମି ଦୂରରେ ରହିଛି ଏହି କଣ୍ଢେଇ ଦ୍ୱୀପପୁଂଜ । ସ୍ଥାନୀୟ ବାସିନ୍ଦା କହନ୍ତି କି ଏହି ଦ୍ୱୀପପୁଂଜକୁ ନିକଟରେ ଥିବା ଏକ ସହରର ଜଣେ ବ୍ୟକ୍ତି ନିଜ କୁନି ଝିଅ ସହ ଆସିଥିଲେ । ତେବେ ପାଣିରେ ବୁଡ଼ି ଝିଅର ମୃତ୍ୟୁ ହେବା ପରେ ବ୍ୟକ୍ତି ଜଣକ ମଧ୍ୟ ରହସ୍ୟଜନକ ଭାବେ ପ୍ରାଣ ହରାଇ ଥିଲେ । ତା ପୂର୍ବରୁ ଝିଅର କଣ୍ଢେଇକୁ ବ୍ୟକ୍ତିଜଣକ ଏକ ଗଛରେ ରଖିଥିଲେ । ସେବେ ଠାରୁ ଏହି ଭୂତ କଣ୍ଢେଇର ଦ୍ୱୀପପୁଂଜରେ ଅସ୍ୱାଭାବିକ ସ୍ୱର ଶୁଣିବାକୁ ମିଳୁଛି ।