ରିଓ ଅଲିମ୍ପିକ୍ସ : ୩୬ ବର୍ଷ ପରେ କ୍ୱାର୍ଟର ଫାଇନାଲକୁ ଗଲା ଭାରତୀୟ ହକି ଟିମ୍

30

କନକ ବ୍ୟୁରୋ : ୩୬ ବର୍ଷ ପରେ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲକୁ ଗଲା ଭାରତୀୟ ହକି ଟିମ୍ । ୧୯୮୦ ପରେ ପ୍ରଥମଥର ଲାଗି ନକþ ଆଉଟ ଖେଳିବ ଟିମ୍ ଇଣ୍ଡିଆ । ରିଓରେ ଗତକାଲି ଖେଳା ଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡଠାରୁ ପରାସ୍ତ ହେବା ସତ୍ୱେ, ଭାରତ କ୍ୱାର୍ଟରକୁ ଉନ୍ନିତ ହୋଇଛି ।

ପୁଲ-ବିର ଅନ୍ୟଏକ ମ୍ୟାଚରେ ଅଲିମ୍ପିକ୍ସ ଚାମ୍ପିଅନ୍ ଜର୍ମାନୀ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୪-୪ରେ ଡ୍ର ରହିବାରୁ ଭାରତ ଶେଷ ଆଠଟି ଟିମ୍ ଭିତରେ ସ୍ଥାନ ପକ୍କା କରିନେଇଛି । ପୁଲ-ବିରେ ଭାରତ ୪ଟି ମ୍ୟାଚ ଖେଳି ୬ ପଏଂଟ ସହ ତୃତୀୟ ସ୍ଥାନରେ ଅଛି । ଆସନ୍ତାକାଲି ଟିମ୍ ଇଣ୍ଡିଆ କାନାଡା ବିପକ୍ଷରେ ଖେଳିବାକୁ ଥିବା ତାର ଶେଷ ଲିଗ ମ୍ୟାଚରେ ହାରିଲେ ମଧ୍ୟ ନକ ଆଉଟ ଖେଳିବା ନିଶ୍ଚିତ ।