ବିରୋଧୀ ଦଳ ନେତାଙ୍କ ଘରେ ଅଦିନିଆ ବିଧାୟକ ଦଳ ବୈଠକ ! ଚିରଂଜୀବୀ କହିଲେ, ଆସନ୍ତା ୧୬ରେ ଏଆଇସିସି ବୈଠକ ପାଇଁ ଦିଲ୍ଲୀ ଯିବେ ସବୁ ନେତା

37

କନକ ବ୍ୟୁରୋ: ବିରୋଧୀ ଦଳ ନେତାଙ୍କ ଘରେ ବସିଥିବା ବିଧାୟକ ଦଳ ବୈଠକ ଶେଷ ହୋଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବସିଥିବା ବୈଠକରେ କଂଗ୍ରେସର ସମସ୍ତ ବିଧାୟକ ସାମିଲ ହୋଇଥିବା ବେଳେ ୪ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ନବ ଦାସ,କୃଷ୍ଣ ଶଗରିଆ,କୈଳାଶ କୁଳେସିକା, କେ ସୂର୍ଯ୍ୟନାରାୟଣ ରାଓ ବୈଠକରେ ସାମିଲ ହୋଇନାହାନ୍ତି । ଆସନ୍ତା ୧୬ରେ ଏଆଇସିସି ବୈଠକ ଥିବାରୁ ସମସ୍ତ କଂଗ୍ରେସ ନେତା ଦିଲ୍ଲୀ ଯିବେ । ଦଳର ସ୍ଥିତି ଓ ସଂଗଠନକୁ ନେଇ ହାଇକମାଣ୍ଡକୁ ଜଣାଇବେ ବୋଲି ଚିରଂଜୀବି ବିଶ୍ୱାଳ କହିଛନ୍ତି । ଏହା ସହ ବିଧାନଭାରେ କଂଗ୍ରେସର ରଣନୀତି ନେଇ ଆଲୋଚନା କରାଯାଇଛି ।

କିଛି ଦିନ ପୂର୍ବରୁ ଦଳର ଶୃଙ୍ଖଳା କମୀଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ରଙ୍କ ପିସିସି ସଭାପତିଙ୍କ ଉପରେ ବୟାନକୁ ନେଇ ଦଳରେ ଝଡ ସୃଷ୍ଟି ହୋଇଥିବା ବେଳେ ଏପଟେ ଅଦିନିଆ କଂଗ୍ରେସ ବିଧାୟକ ଦଳ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ଦୀର୍ଘ ଦିନ ହେବ ପିସିସି ପରିବର୍ତନ ନେଇ ସଭାପତି ଓ ବିଧାୟକ ଦଳ ଭିତରେ ବିବାଦ ଲାଗି ରହିଥିବାରୁ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଶୁଣିବାକୁ ମିଳିଥିଲା।