କଂଗ୍ରେସ ବିଧାୟକଙ୍କ ମୁଁହରେ ବିଦ୍ରୋହ ! ପ୍ରସାଦ ହଟାଅ, କଂଗ୍ରେସ ବଂଚାଅ

36

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ପୁଣି କନ୍ଦଳ । ଜୋର ଧରୁଛି ପ୍ରସାଦ ହଟାଅ ଅଭିଯାନ । ପିସିସି ସଭାପତି ପଦରୁ ପ୍ରସାଦ ନହଟିଲେ ଦଳ ଛାଡିବାକୁ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ । ଖୋଲାଖୋଲି କହିଛନ୍ତି ମଙ୍ଗୁଆଳ ବଦଳାଅ ନଚେତ୍ ବାଏ ବାଏ କରିବୁ । ସେପଟେ ପୁଣି ଜ୍ୱାଇଁଙ୍କୁ ସୁରକ୍ଷା ଦେବାକୁ ଅଂଟା ଭିଡିଛନ୍ତି ଶ୍ୱଶୁର ସୁର ରାଉତରାୟ । କହିଛନ୍ତି ଅନ୍ୟ ଦଳ ସହ ସମ୍ପର୍କ ରଖି ବିଧାୟକମାନେ ଏପରି କରୁଛନ୍ତି ।

ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ପୁରା ଦଳରେ ଗୁଂଜରଣ ସୃଷ୍ଟି କରିଛି । ଆଉ ବୈଠକ ପରେ ବିଧାୟକଙ୍କ ବୟାନ ଦଳ ମୁଖିଆଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆସନ୍ତା ୧୬ ତାରିଖରୁ ଦିଲ୍ଳୀରେ ହେବାକୁ ଥିବା ଏଆଇସିସିର ଅଧିବେଶନରେ ପୁଣି ଜୋର ଧରିପାରେ ବିଧାୟକ ଦଳର ଦାବି ।

ଏପଟେ ପୁଣି ଜ୍ୱାଇଁଙ୍କୁ ସୁରକ୍ଷା ଦେବାକୁ ଅଂଟା ଭିଡିଛନ୍ତି ଶ୍ୱଶୁର ସୁର ରାଉତରାୟ । ପ୍ରସାଦ ନୁହେଁ ବରଂ ଅନ୍ୟ ଦଳ ସହ ସମ୍ପର୍କ ରଖି ବିଧାୟକ ମାନେ ହିଁ କଂଗ୍ରେସକୁ ଏଭଳି ପରିସ୍ଥିତିରେ ପକାଇଥିବା କହିଛନ୍ତି । ଏବେ ଏଆଇସିସି ଅଧିବେଶନ ଉପରେ ସମସ୍ତଙ୍କ ନଜର । କାରଣ ନିକଟ ଭବିଷ୍ୟତରେ ରାଜ୍ୟ କଂଗ୍ରେସ ରାଜନୀତିରେ ଏକ ବଡ ପରିବର୍ତନ ହେବାର ସମ୍ଭାବନା ଅଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।