ସରକାରଙ୍କ ମରୁଡି ଚିନ୍ତା ! ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

22

କନକ ବ୍ୟୁରୋ : ସରକାରଙ୍କ ମରୁଡି ମୁକାବିଲା ଚିନ୍ତା । ସମ୍ଭାବ୍ୟ ମରୁଡିର ମୁକାବିଲା କରିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବୈଠକ । ଏହି ବୈଠକରେ ୭ଦିନ ଭିତରେ ପଂଚାୟତ ୱାରି କ୍ଷୟକ୍ଷତିର ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ଜଳ ସମ୍ପଦ ବିଭାଗ ଉଠା ଜଳସେଚନ ପଏଂଟ, ବୋର ୱେଲ୍ ସଚଳ କରି ତଳମୁଣ୍ଡ ଯାଏ କିଭଳି ପାଣି ପହଁଚିବ ସେ ଦିଗରେ କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଫସଲ ହାନି ହୋଇଥିବା ଜମିରେ ବିକଳ୍ପ ଚାଷ ପାଇଁ ବିହନ ଓ ସାର ଯୋଗାଇଦେବାକୁ କୃଷି ବିଭାଗକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ ପୁଣି ଥରେ ଅକ୍ଟୋବର ୧୦ରେ ରାଜସ୍ୱ, କୃଷି ଓ ସମବାୟ ବିଭାଗର ବୈଠକ ବସିବ । ଅସ୍ୱାଭାବିକ ବୃଷ୍ଟିପାତ ଯୋଗୁ ରାଜ୍ୟର ୩୦ ଜିଲ୍ଲାର ୪୦ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।