ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ କୁଦ୍ଦୁସି ଗିରଫ ! ୟୁପିର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଦିଲ୍ଲୀ ବାସଭବନରୁ ଗିରଫ କଲା ସିବିଆଇ

45

କନକ ବ୍ୟୁରୋ : ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ. ଏମ୍. କୁଦ୍ଦୁସିଙ୍କ ଗିରଫ କଲା ସିବିଆଇ । ଦିଲ୍ଲୀ ବାସଭବନରୁ କୁଦ୍ଦିସିଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ଅପରାହ୍ନରେ କୁଦ୍ଦୁସିଙ୍କୁ କୋର୍ଟରେ ହାଜର କରାଯିବ । ଜଷ୍ଟିସ କୁଦ୍ଦୁସିଙ୍କ ସହ ବିପି ଯାଦବ, ପଳାସ, ବିଶ୍ୱନାଥ ଅଗ୍ରୱାଲ ଓ ରାମଦେବ ସାରସ୍ୱତଙ୍କୁ ଗିରପ କରିଛି ସିବିଆଇ । ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜରେ ଦୁର୍ନୀତି ମାମଲାରେ ଏହି ୫ଜଣଙ୍କୁ ଗିରଫ କରାଯାଇଛି । ଜଷ୍ଟିସ କୁଦ୍ଦୁସି ୧୧ମେ’ ୨୦୦୯ରୁ ନଭେମ୍ବର ୧୩ତାରିଖ ଯାଏଁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଥିଲେ ।

ଏବେ ଆସନ୍ତୁ ଜାଣିବା କୁଦ୍ଦୁସିଙ୍କ ନାଁରେ କଣ ଅଭିଯୋଗ ରହିଛି –

ଉତ୍ତରପ୍ରଦେଶର ମେଡିକାଲ ଦୁର୍ନୀତି ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ କୁଦ୍ଦୁସିଙ୍କ ନାଁ ଆସିଛି । ୟୁପିର ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ମାମଲାକୁ ସୁପ୍ରିମକୋର୍ଟରେ ରଫାଦଫା କରିବାକୁ କୁଦ୍ଦସି ଲାଂଚ ନେଇଥିବା ଅଭିଯୋଗ ରହିଛି । ଏପରିକି ଜଣେ ବ୍ୟକ୍ତିଙ୍କ ପାଖରୁ ଏକ କୋଟିଟଙ୍କା ଜବତ କରିଥିଲା ସିବିଆଇ । ଭିତ୍ତିଭୂମି ଅଭାବ ଓ ଅନ୍ୟ କାରଣରୁ ଏହି ମେଡିକାଲର ଲାଇସେନ୍ସକୁ ରଦ୍ଦ କରାଯାଇଥିଲା । ମାମଲାରେ ମଙ୍ଗଳବାରଦିନ କୁଦ୍ଦସିଙ୍କ ଦିଲ୍ଲୀ ଘର ସହ ୫ ଜଣ ଅନ୍ୟ ଅଭିୟୁକ୍ତ ଘରେ ଏହି ରେଡ ହୋଇଥିଲା । ଦିଲ୍ଲୀ, ଓଡିଶା ଓ ୟୁପିରେ ଏହି ରେଡ ହୋଇଥିଲା । ଏପରିକି ଦୁର୍ନୀତି ନିବାରଣ ଆଇନ ବଳରେ କୁଦ୍ଦୁସିଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ଆଇପିସିର ଧାରା ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର ମାମଲାରେ ଜଷ୍ଟିସ କୁଦ୍ଦୁସିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ।