ଧରାପଡିଲା ପୋଲିସ ବାବୁଙ୍କ ପରକୀୟା ପ୍ରୀତି ! ମହିଳାଙ୍କ ସହ ଅଂସଜତ ଅବସ୍ଥାରେ ଏଏସଆଇଙ୍କୁ ଧରି ନିର୍ଦ୍ଧୁମ ଛେଚିଲେ ଗାଁଲୋକେ

52

କନକ ବ୍ୟୁରୋ: ଧରାପଡିଲା ପୋଲିସ ବାବୁଙ୍କ ପରକୀୟା ପ୍ରୀତି । ମହିଳାଙ୍କ ସହ ଅଂସଜତ ଅବସ୍ଥାରେ ଏଏସଆଇଙ୍କୁ ଧରି ନିସ୍ତୁକ ଛେଚିଛନ୍ତି ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ମହୁଲଡିହାଁ ଥାନା ଅଂଚଳରେ । ଗତକାଲି ସଂଧ୍ୟା ୭ଟାରେ ମହୁଲଡିହା ଗାଁ କଡରେ ଜଣେ ମହିଳାଙ୍କ ସହ ଅସଂଜତ ଅବସ୍ଥାରେ ଧରାପଡିଥିଲେ ଠାକୁରମୁଣ୍ଡା ଥାନା ଏଏସଆଇ ମନୋଜ କୁମାର ରାଠୋର । ଉକ୍ତ ମହିଳାଙ୍କ ସ୍ୱାମୀ ୨ ଜଣଙ୍କୁ ବିବସ୍ତ୍ର ଅବସ୍ଥାରେ ଧରି ଗାଁ ଲୋକଙ୍କୁ ଡାକିଥିଲେ ।

ଗାଁ ଲୋକେ ପହଂଚି ଏଏସଆଇଙ୍କୁ ନିର୍ଦ୍ଧୁମ ମାଡ ମାରି ପୋଲିସକୁ ଡାକିଥିଲେ । ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ମହିଳା ଓ ପୋଲିସ ବାବୁଙ୍କୁ ଜିମା ଦେଇଥିଲେ ଗାଁ ଲୋକେ । ସେହିପରି ଘଟଣାସ୍ଥଳରୁ ଜବତ ମନୋଜ କୁମାର ରାଠୋରଙ୍କ ପେଂଟ, ଯୋତା ଏବଂ ମୋବାଇଲ ଫୋନ ମଧ୍ୟ ପୋଲିସକୁ ଦେଇଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ମହୁଲଡିହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।