ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ! ନାବାଳିକାକୁ ପେଡା ଖାଇବାକୁ ଡାକି ହେଲେ ହଟହଟା, ଅଭିଯୋଗ ପରେ ୪ ଗ୍ରାମବାସୀ ଗିରଫ

34

କନକ ବ୍ୟୁରୋ : ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ନାବାଳିକାକୁ ପେଡା ଖାଇବାକୁ ଡାକି ହଟହଟା ହୋଇଛନ୍ତି ଯୁବକ ଜଣକ । ଏପରି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଉଦଳା ଥାନା ନାବରା ଗାଁରେ । ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ମହେଶ ପାତ୍ର ଓ ସେ ଜଣେ କାର ଡ୍ରାଇଭର ବୋଲି ଜଣାପଡିଛି । ଗାଁକୁ ଆସି ଜଣେ ନାବାଳିକାଙ୍କୁ ପେଡା ଖାଇବାକୁ ଡାକିଥିଲେ ଯୁବକ ଜଣକ ।

ତେବେ ଗାଁ ଲୋକେ ଆସିବାରୁ ପଳାଇଥିଲେ । ତେବେ ପିଲା ଚୋର ସନ୍ଦେହରେ ଯୁବକଙ୍କ ଉପରେ ନଜର ରଖିଥିଲେ ଗାଁ ଲୋକେ । ଆଉ ପୁଣି ଥରେ ଗାଁକୁ ଆସିବାରୁ ତାଙ୍କୁ ବାନ୍ଧି ପକାଇ ନିସ୍ତୁକ ମାଡ ମାରିଥିଲେ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲା ପୋଲିସ । ଆଉ ତାଙ୍କ ଅଭିଯୋଗ ପରେ ଉଦଳା ଥାନାରେ ମାମଲା ରୁଜୁ କରିବା ସହ ୪ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି ପୋଲିସ ।