ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ସୂଚନା ଦେଲେ ବୋର୍ଡ଼ ସମ୍ପାଦକ

118

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୮ରୁ ୧୪ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ଯାଏଁ ପରୀକ୍ଷା ଚାଲିବ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ ସମ୍ପାଦକ ରାମାଶିଷ୍ ହାଜରା । ପରୀକ୍ଷା ନେଇ ସମସ୍ତ ପ୍ରସ୍ତୁତି ପର୍ବ ସରିଛି । ସେହିପରି ମୁଖ୍ୟ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୮ରୁ ୧୬ ଯାଏଁ ହେବ ବୋଲି ସୂଚନା ମିଳିଛି ।

ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ହୋଇନି । ତେଣୁ ଏବର୍ଷ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ବୋର୍ଡ଼ ସମ୍ପାଦକଙ୍କ ଅନୁସାରେ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଉଛି । ଯଦ୍ୱାରା ପିଲାଙ୍କର ଗୋଟିଏ ବର୍ଷ ନଷ୍ଟ ହେବନାହିଁ । ଠିକ ସମୟରେ ପରୀକ୍ଷା ଫଳ ବାହାରିବା ସହ ଛାତଛାତ୍ରମାନେ ନୂଆ ପାଠ୍ୟକ୍ରମରେ ନାଁ ଲେଖାଇପାରିବେ ।