କାଶ୍ମୀରରେ ଆତଙ୍କବାଦ ବିରୋଧୀ ବିଶାଳ ଅପରେସନ ! ଆକାଶରୁ ନଜର ରଖିଛି ସାମରିକ ହେଲିକପ୍ଟର ଓ ଡ୍ରୋନ

29

କନକ ବ୍ୟୁରୋ: ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ ଅପରେସନ । ଆତଙ୍କବାଦୀ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୋପିଆନ ଜିଲ୍ଲାର ୨୦ରୁ ଅଧିକ ଗାଁକୁ ଘେରିଛନ୍ତି ସେନା । ସୀମାନ୍ତ ସୋପିଆନ ଜିଲ୍ଲାରେ ପୋଲିସ, ସିଆରପିଏଫ ଓ ସେନା ପ୍ରାୟ ୪ ହଜାର ଯବାନ ମିଳିତ ଭାବେ ଆରମ୍ଭ କରିଛନ୍ତି ଅପରେସନ । ଆଉ ସେମାନଙ୍କୁ ସହାୟତା କରିବା ପାଇଁ ଆକାଶ ମାର୍ଗରେ ମୁତୟନ

ଗତକିଛି ଦିନ ଧରି ଅଶାନ୍ତ ରହିଛି ସୀମା । ସୋପିଆନ ଓ ପୁଲୱାମାରେ ଆତଙ୍କବାଦୀମାନେ ବ୍ୟାଙ୍କ ହମଲା ଓ ସୁରକ୍ଷାକର୍ମୀ ଅସ୍ତ୍ରଶସ୍ତ୍ର ଲୁଟ କରିଛନ୍ତି । କୁହା ଯାଉଛି ଘାଟିରେ ଏହା ଚଳିତ ଦଶନ୍ଧିର ସବୁଠୁ ବଡ ଅଭିଯାନ । ସୋପିଆନରେ ସର୍ଚ୍ଚ ଅପରେସନ କରି କ୍ୟାମ୍ପକୁ ଫେରୁଥିବା ଯବାନଙ୍କ ଟ୍ରୁପ ଉପରେ ଆତଙ୍କବାଦୀ ହମଲା ହୋଇଛି । ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।