ପାକିସ୍ତାନରୁ ଆସିଲା ମାସୁଦର ନିର୍ଦ୍ଦେଶ ଆଉ ଭାରତରେ ହେଲା ଭୟଙ୍କର ବିସ୍ଫୋରଣ । ଜାଣନ୍ତୁ ପୁଲୱାମାରେ କେମିତି ହେଲା ଛାତିଥରା ଆକ୍ରମଣ ।

1,267

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ହମଲା ପାଇଁ ନିର୍ଦ୍ଦେଶ ଆସିଥିଲା ପାକିସ୍ତାନରୁ । ପାକିସ୍ତାନର ଆର୍ମି ବେସ୍ ହସ୍ପିଟାଲରୁ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଦେଇଥିଲା ଏହି ନିର୍ଦ୍ଦେଶ । କାରଣ ରାୱଲପିଣ୍ଡିର ଏହି ହସ୍ପିଟାଲରେ ୪ମାସ ଧରି ଚିକିତ୍ସିତ ହେଉଥିଲା ମାସୁଦ ଆଝାର । ହସ୍ପିଟାଲରେ ଚିକତ୍ସିତ ହେଉଥିବା ସମୟରେ ବେଡ୍ ଉପରୁ ଆକ୍ରମଣ କରିବାର ଇସାରା ଦେଇଥିଲା ମାସୁଦ ଆଝାର । ଏପଟେ ନିର୍ଦ୍ଦେଶ ଆସିଲା ଆଉ ସେପଟେ ହେଲା ଭୟଙ୍କର ବିସ୍ଫୋରଣ ।

ମୋଷ୍ଟ ୱାଂଟେଡ ଆତଙ୍କବାଦୀ ମାସୁଦ ଆଝାର । ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର । ପୁଲୱାମାରେ ଯେତେବେଳେ ଜବାନ ମାନେ ଗାଡିରେ ଫେରୁଥିଲେ ଠିକ ସେତିକି ବେଳେ କାର୍ଯ୍ୟକାରୀ କରାଯାଉଥିଲା ମାସୁଦର ଅର୍ଡରକୁ । ଆଉ ମାଷ୍ଟର ମାଇଣ୍ଡର ଅର୍ଡର ଆସୁଥିଲା ପାକିସ୍ତାନ ଆର୍ମିବେସ ହସ୍ପିଟାଲରୁ । ଆତ୍ମଘାତି ହମଲା ପାଇଁ ପୁରା ପ୍ରସ୍ତୁତ ହୋଇସାରିଥଲା ପ୍ଲାନ । ହସ୍ପିଟାଲ ବେଡରୁ ମାସୁଦର ଅର୍ଡର ଆସିଲା ଆଉ ବିସ୍ଫୋରଣ ହେଲା ।

ଆସନ୍ତୁ ଜାଣିବା କ’ଣ ଥିଲା ଷଡଯନ୍ତ୍ରର ଭିତିରି କଥା । ମାସୁଦ ଅସୁସ୍ଥ ଥିବାରୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ଜିହାଦ କାଉନସିଲର ୬ଟି ବୈଠକରେ ଭାଗ ନେଇପାରିନଥିଲା । ବିସ୍ଫୋରଣ ପାଇଁ ପ୍ଲାନ ହେବାର ଠିକ ୮ ଦିନ ପୂର୍ବରୁ ମାସୁଦ ଆଝାର ଜାରି କରିଥିଲା ଏକ ଅଡିଓ ଟେପ୍ । ଜିହାଦି ଗ୍ରୁପର ସଦସ୍ୟମାନଙ୍କ ପାଇଁ ଥିଲା ଏହି ଅଡିଓ ଟେପ୍ । ଆଝାରର ଭଣଜା ଉସମାନ ଯିଏ କି ଗତବର୍ଷ ତ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା, ତାର ମୃତ୍ୟୁର ବଦଲା ନେବାକୁ ଏହି ଅଡିଓ ଟେପରେ କହିଥିଲା ମାସୁଦ । ଯୁଦ୍ଧରେ ମୃତ୍ୟୁ ଠାରୁ ଆଉ କିଛି ଖୁସିର କଥା ନାହିଁ । ଭାରତ ବିରୋଧରେ ପ୍ରତିଶୋଧ ନେବା ପାଇଁ ଉସୁକାଇବାର କଥା ଥିଲା ଏହି ଅଡିଓ ଟେପରେ ।

ମାସୁଦ କହିଥିଲା, କେହି ଏମାନଙ୍କୁ ନିକମା କହିବ, କେହି ଏମାନଙ୍କୁ ପାଗଳ କହିବ, କେହି ଏମାନଙ୍କୁ ଶାନ୍ତି ପାଇଁ ବିପଦ କହିବ କିନ୍ତୁ ସେମାନେ ସୀମାକୁ ଯାଆନ୍ତୁ ଆଉ ସବୁକିଛି ଖିନବିନ କରନ୍ତୁ । ୟୁନାଇଟେଡ୍ ଜିହାଦ କାଉନସିଲର କୌଣସି ସଦସ୍ୟକୁ ମାସୁଦ ଏହି ପୁଲୱାମା ଆଟାକ୍ ସମ୍ପର୍କରେ କିଛି ବି ସୁରାକ ଦେଇନଥିଲା । ଏକ ଗୁପ୍ତ ଅପରେସନ ଚଲାଇଥିଲା ମାସୁଦ । ଗୁପ୍ତ ଭାବେ ମାସୁଦ ଆଉ ତାର ୨ଭଣଜା ମହମ୍ମଦ ଉମର ଏବଂ ଅବଦ୍ଦୁଲ ରସିଦ ଗାଜିକୁ ଏହି ଅପରେସନରେ ଚୁପଚାପ ନିୟୋଜିତ କରିଥିଲା । ଆଉ ଏହି ଅଡିଓ ଟେପ ଦେଇଥିଲା ସେମାନଙ୍କୁ । କାଶ୍ମୀର ଭ୍ୟାଲିରେ ଯୁବପୀଢିଙ୍କ ବ୍ରେନ ୱାସ କରିବା ପାଇଁ ଏହି ଅଡିଓ ଟେପ ବ୍ୟବହାର କରିବାକୁ କହିଥିଲା ମାସୁଦ । ବିଶେଷ କରି ଆଇଇଡି ବିସ୍ଫୋରକ ବ୍ୟବହାର କରି ଏକ ଆତ୍ମଘାତି ହମଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ଲାନ ମୁତାବକ କହିଥିଲା ମାସୁଦ ।

କାଶ୍ମୀରର ଜଣେ ଉଚ୍ଚ ପଦସ୍ଥ ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁସାରେ ଜୈସ-ଇ-ମହମ୍ମଦର ସମସ୍ତ ସଦସ୍ୟ ଏବେବି ଦକ୍ଷିଣ କାଶ୍ମୀରରେ ଲୁଚି ରହିଛନ୍ତି । ସାଥିରେ ଅଛନ୍ତି ୩ଜଣ ରିଙ୍ଗ ଲିଡର ଉମର, ଇମମାଇଲ ଏବଂ ଅବଦୁଲ ରସିଦ ଘାଜି । ପାଖାପାଖି ୬୦ଜଣ ଜୈସ ଆତଙ୍କବାଦୀ କାଶ୍ମୀରରେ କାମ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୩୫ଜଣ ପାକିସ୍ତାନର ହୋଇଥିବା ବେଳେ ବାକି ସମସ୍ତେ ସ୍ଥାନିୟ ବାସିନ୍ଦା ବୋଲି ଗୁଇନ୍ଦା ସୂଚନାରୁ ଜଣାପଡିଛି ।