ଲଢୁଆ ପୁଅକୁ ବିଦାୟ ଦେଲା ଦେଶ ! ମାର୍ଶଲ ଅର୍ଜନ ସିଂଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ଜାତୀୟ ପତାକା, ଦିଲ୍ଲୀର ବରାର ସ୍କୋୟାରରେ ସମ୍ପନ୍ନ ହେଲା ଶେଷକୃତ୍ୟ

42

କନକ ବ୍ୟୁରୋ : ମାର୍ଶଲ ଅର୍ଜନ ସିଂହଙ୍କୁ ଅନ୍ତିମ ବିଦାୟ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସମ୍ମାନ ସହ ମାର୍ଶଲ ଅର୍ଜନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀର ବରାର ସ୍କୋୟାରରେ ସକାଳେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଉଛି । ବରାର ସ୍କୋୟାରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମନ ପହଂଚି ମାର୍ଶଲଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ଏହାସହ ତିନି ସେନାର ମୁଖ୍ୟ ମାର୍ଶଲ ଅର୍ଜନ ସିଂହଙ୍କୁ ସମ୍ମାନ ଜଣାଇଛନ୍ତି । ଏହାସହ ତାଙ୍କ ସମ୍ମାନରେ ଦିଲ୍ଲୀରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଦିଲ୍ଲୀର ସମସ୍ତ ସରକାରୀ କୋଠାରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଶନିବାର ସଂଧ୍ୟାରେ ଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରେ ଆଖି ବୁଜିଥିଲେ ମାର୍ଶଲ ଅର୍ଜନ ସିଂହ । ୯୮ ବର୍ଷ ବୟସରେ ତାଙ୍କୁ ହୃଦଘାତ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା । ରବିବାର ସକାଳେ ସେନାର ଆଇଆର ହସ୍ପିଟାଲରୁ ମାର୍ଶଲ ଅର୍ଜନ ସିଂହଙ୍କ ମରଶରୀରକୁ ତାଙ୍କ ବସଭବନକୁ ଅଣାଯାଇଥିଲା । ମାର୍ଶଲ ଅର୍ଜନ ସିଂହଙ୍କ ବାସଭବନରେ ବହୁ ନେତା ମନ୍ତ୍ରୀ ଆସି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଶେଷ ଦର୍ଶନ କରିଥିଲେ ।