ଲୋୟର ସୁକତେଲ ପ୍ରକଳ୍ପକୁ ମାଓବାଦୀଙ୍କ ବିରୋଧ

22

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ମାଓବାଦୀଙ୍କ ବିରୋଧ । ବଲାଙ୍ଗୀର କପସାବାହାଲ ଓ ଖୁଂଟପାଲି ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୂଜାରୀପାଲି ଜଳସେଚନ ପ୍ରକଳ୍ପକୁ ବି ମାଓବାଦୀ ମାନେ ବିରୋଧ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।  ହିନ୍ଦୀ ଭାଷାରେ ଏହି ପୋଷ୍ଟର ଲେଖାଯାଇଥିବା ବେଳେ ଆଜି ବଲାଙ୍ଗୀର-ବରଗଡ ବନ୍ଦ ଡାକରାକୁ ସଫଳ କରିବା ପାଇଁ ମାଓବାଦୀ ମହାସମୁଦ୍ର ଡିଭିଜନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।