ନୂଆବର୍ଷରେ କନ୍ଧମାଳରେ ଲାଗିଲା ମାଓପୋଷ୍ଟର । ବଡ ଧରଣର ହମଲା ପାଇଁ ଲାଲବାହିନୀର ଯୋଜନା ।

28

କନକ ବ୍ୟୁରୋ : ନୂଆବର୍ଷ ଆରମ୍ଭରୁ ସକ୍ରିୟ ହୋଇଛି ମାଓସଂଗଠନ । ମନୋବଳ ବୃଦ୍ଧି ସହ ନିଜର ଉପସ୍ଥିତି ଜାହିର କରିବା ପାଇଁ କନ୍ଧମାଳରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ନୂଆବର୍ଷ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି।

ବିଶେଷକରି ମହିଳା କ୍ୟାଡର ମାଓବାଦୀ ଇଂ. ରୁପା ଓରଫ ଫୁଲ ପୁଲିସ ଗୁଳିରେ ନିହତ ହେବା ପରେ ମାଓ ସଂଗଠନ ଅଧିକ ପ୍ରତିହିଂସା ପରାୟଣ ଓ ସକ୍ରିୟ ହୋଇ ଉଠିଛନ୍ତି। ବଡ଼ ଧରଣର ହମଲା କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି। ତୁମୁଡିବନ୍ଧ ଓ କୋଟଗଡ଼ ପରେ ଆଜି ଗୋଛାପଡ଼ା ଅଞ୍ଚଳରେ ଧମକ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। କେକେବିଏନ ସଂଗଠନ ନାଁରେ ଏହି ପୋଷ୍ଟର ଲାଗିଥିଲା।