ମାଲକାନଗିରି ସୀମାରେ ମାଓବାଦୀଙ୍କ ମହାମେଳି : ଟାର୍ଗେଟରେ ବିଜେପି ଓ ଟିଡିପି ନେତା

20

ମାଲକାନଗିରି : ମାଲକାନଗିରି ସୀମାରେ ମାଓବାଦୀଙ୍କ ମହାମେଳି । ଅକ୍ଟୋବର ୨୪ ପଣସପୁଟ ଏନକାଉଂଟରକୁ ବିରୋଧ କରି ବିଶାଖାପାଟଣା ଜିଲ୍ଲାର କୋଇରୁମଣ୍ଡଳ ଜଙ୍ଗଲରେ ଏକାଠି ହୋଇଛନ୍ତି ମାଓବାଦୀ ଓ ମାଓ ସମର୍ଥକ ।

ଓଡିଶା ଓ ଆନ୍ଧ୍ରର ମିଳିତ ଅପରେସନରେ ୩୦ ମାଓବାଦୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ମାଓ ସଂଗଠନ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଂଟ । ଆଗାମୀ ଦିନରେ ମାଓ ଆନ୍ଦୋଳନକୁ ତୀବ୍ର କରିବା ସହ ପ୍ରତିଶୋଧ ନେବା ପାଇଁ ଉଗ୍ର ହୋଇ ଉଠିଛନ୍ତି ମାଓବାଦୀ । ନକ୍ସଲଙ୍କ ଟାର୍ଗେଟରେ ଅଛନ୍ତି କେନ୍ଦ୍ରର ବିଜେପି ଓ ଆନ୍ଧ୍ର ପ୍ରଦେଶର ଟିଡିପି ନେତା ।