ଉତ୍ତର କୋରିଆରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ।

37

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ପ୍ରମୁଖ କିମ୍ ଜଙ୍ଗ ଉନଙ୍କର ମଙ୍ଗଳବାର ସିଙ୍ଗାପୁର ଠାରେ ସାକ୍ଷାତ ହୋଇଥିଲା । ଏହା ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସାକ୍ଷାତକୁ ପ୍ରସାରଣ କରିବା ସହ ଛାପିଥିଲା । ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କର ଫଟୋ ସେଠାକାର ଖବରକାଗଜର ପ୍ରଥମ ସ୍ଥାନରେ ପ୍ରକାଶ ପାଇଥିଲା । ଏହା ଫଳରେ ଉତ୍ତର କୋରିଆର ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫଟୋ ଦେଖିଥିଲେ ।

ସୂଚନା ଅନୁଯାୟୀ, ଉତ୍ତର କୋରିଆର ଲୋକେ କଣ ଦେଖୁଛନ୍ତି ସେଥିପ୍ରତି ସରକାରଙ୍କର ନିୟନ୍ତ୍ରଣ ରହିଥାଏ । ଏବଂ ଉତ୍ତର କୋରିଆର ଲୋକମାନଙ୍କୁ ବିଦେଶର ଚ୍ୟାନେଲ ଦେଖିବା ପାଇଁ ଅନୁମତି ମିଳିନଥାଏ । ଏଥିପାଇଁ ଲୋକମାନଙ୍କ ପାଖରେ ସୀମିତ ସୂଚନା ରହିଥାଏ । ଜାତୀୟ ଗଚ୍ଚାମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ-କିମ୍ ସାକ୍ଷାତକାରର ମୋଟ ୩୩ଟି ଫଟୋ ସେଠାକାର ଏକ ଖବରକାଗଜରେ ପ୍ରକାଶ ପାଇଥିଲା ।