ଇଣ୍ଟରନେଟରେ ପୁଣି ଭାଇରାଲ ହେଲା ମୋଦିଙ୍କ ଫିଟନେସ୍ ଭିଡିଓ! ଯୋଗ ଓ ବ୍ୟାୟାମର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ଦେଲେ ଚ୍ୟାଲେଞ୍ଜ

51

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗମୁଦ୍ରା ସାରା ଦେଶରେ ଭାଇରାଲ ହୋଇଛି । ଯୋଗଭ୍ୟାସ କରୁଥିବାର ଭିଡିଓକୁ ନିଜେ ଟୁଇଟ୍ କରିଛନ୍ତି ମୋଦି । ଏହି ଭିଡିଓରେ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଏହି ଭିଡ଼ିଓକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

ବ୍ଲାକ ଜଗିଂରେ ପ୍ରାଣାୟମ ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଫିଟନେସ ଚ୍ୟାଲେଞ୍ଜ ଦେବାର ପ୍ରାୟ ଏକମାସ ପରେ ଏଭଳି ଭିଡିଓକୁ ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ । ୬୮ବର୍ଷିୟ ଏହି ନେତା ଫିଟନେସ ଉପରେ ଗୁରୁତ୍ୱ ଦେଇ ସବୁବେଳେ ବୟାନ ରଖୁଥିବା ବେଳେ ଆଜି ନିଜସ୍ୱ ଶୈଳୀରେ ଯୋଗ କରି ନିଜ ଟୁଇଟରେ ଲେଖିଛନ୍ତି, ପଂଚ ତତ୍ୱ ଦ୍ୱାରା ପ୍ରଭାବିତ ହୋଇ ସେ ଟ୍ରାକ ଉପରେ ଚାଲନ୍ତି । ଏଥିସହ ମୋଦି ଆହୁରି ଲେଖିଛନ୍ତି ଏହି ବ୍ୟାୟାମ ଶରୀରକୁ ସତେଜ ରଖୁଛି । ମୋଦି ଆହୁରି ବ୍ରେଦିଂ ଏକ୍ସରସାଇଜ ତଥା ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ବ୍ୟାୟାମ କରନ୍ତି ବୋଲି ଟୁଇଟରେ ଲେଖିଛନ୍ତି ।

କର୍ଣ୍ଣାଟକରେ କ୍ଷମତା ଠାରୁ ବିଜେପିକୁ ଦୂରେଇ ଦେଇଥିବା ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କୁ ମଧ୍ୟ ଫିଟନେସ ମନ୍ତ୍ର ଦେଇଛନ୍ତି ମୋଦି । ଏହାର ଯବାବରେ କୁମାରସ୍ୱାମୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ସମସ୍ତଙ୍କ ଫିଜିକାଲ ଫିଟନେସ ଜରୁରୀ । ସେ ଏହାକୁ ସମର୍ଥନ କରୁଛନ୍ତି । ତେବେ ଫିଜିକାଲ ଫିଟନେସ ଅପେକ୍ଷା ରାଜ୍ୟର ଡେଭଲପମେଂଟଣ୍ଟ ଫିଟନେସକୁ ସେ ଗୁରୁତ୍ୱ ଦେଉଥିବା କହିଛନ୍ତି । ତେବେ ମୋଦିଙ୍କ ଫିଟନେସ ଭିଡ଼ିଓକୁ ହସରେ ଉଡ଼ାଇଛନ୍ତି ରାହୁଲ । କଂଗ୍ରେସର ଇଫତାର ପାର୍ଟିରେ ମୋଦିଙ୍କ ଫିଟନେସ ଭିଡ଼ିଓକୁ ନେଇ ବ୍ୟଙ୍ଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କହିଛନ୍ତି, ମୋଦିଙ୍କ ଭିଡ଼ିଓ ଅଜବ ପ୍ରକାରର ।