ହରିୟାଣା ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ । ୧୦ଜଣ ମନ୍ତ୍ରୀ ନେଲେ ଶପଥ, ବିଜେପିର ୮, ଜେଜେପି ଓ ସ୍ୱାଧୀନ ବିଧାୟକଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ।

136

କନକ ବ୍ୟୁରୋ : ହରିୟାଣା ଭାରତୀୟ ଜନତା ପାର୍ଟି ଓ ଜନନାୟକ ଜନତା ପାର୍ଟିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ୧୦ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି । ଏଥିରେ ବିଜେପିର ୮ଜଣଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଜେଜେପିକୁ ଗୋଟିଏ ଓ ସ୍ୱାଧିନ ବିଧାୟକଙ୍କୁ ଗୋଟିଏ ମନ୍ତ୍ରୀ ପଦ ମିଳିଛି । ଏହି ମନ୍ତ୍ରୀଙ୍କ ଶପଥଗ୍ରହଣ ସହ ଖଟ୍ଟର ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୧୨ରେ ପହଂଚିଛି ।

ବରିଷ୍ଠ ବିଜେପି ନେତା ତଥା ଅମ୍ବାଲା କ୍ୟାଂଟରୁ ବିଧାୟକ ଥିବା ଅନୀଲ ବୈଜଲ ପ୍ରଥମେ ଶପଥଗ୍ରହଣ କରିଥିଲେ । ଏହାପରେ ଜଗାଧାରୀରୁ ବିଧାୟକ ଥିବା କୱରପାଲ ଗୁର୍ଜର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ବଲ୍ଲଭଗଡ ବିଧାୟକ ମୂଲଚନ୍ଦ ଶର୍ମା ଓ ଓମପ୍ରକାଶ ଚୌଟାଲାଙ୍କ ସାନ ଭାଇ ତଥା ସ୍ୱାଧୀନ ବିଧାୟକ ରଣଜୀତ ସିଂ, ଲୋହାରୁ ବିଧାୟକ ଜେପି ଦଲାଲ, ବାବଲା ବିଧାୟକ ବନବାରୀ ଲାଲ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।