ୟୁନେସ୍କୋରେ ପାକିସ୍ତାନକୁ ଘେରିଲା ଭାରତ । କାଶ୍ମୀର ଓ ଅଯୋଧ୍ୟା ମାମଲା ଉଠାଇବାରୁ ପାକିସ୍ତାନକୁ ଦେଲା କଡା ଜବାବ ।

233

କନକ ବ୍ୟୁରୋ : ୟୁନେସ୍କୋରେ ପାକିସ୍ତାନକୁ ଘେରିଲା ଭାରତ । କାଶ୍ମୀର ଓ ଅଯୋଧ୍ୟା ମାମଲା ଉଠାଇବାରୁ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପଡୋଶୀ ରାଷ୍ଟ୍ର ସହ ଆଲୋଚନା କରିବା ସମୟରେ ଭାରତ ପକ୍ଷରୁ କୁହାଯାଇଛି ଯେ ଆମର ଭିତିରି ମାମଲାରେ ମୁଣ୍ଡ ଖେଳାଇବା ପାକିସ୍ତାନର ମାନସିକ ବେମାରୀ । ସେହିପରି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିବା ସହ ଭାରତ କହିଛି ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଯୋଗୁଁ ବିଶ୍ୱବାସୀ ଚିନ୍ତାରେ ପଡିଛନ୍ତିି ।

ପ୍ୟାରିସରେ ୟୁନିସ୍କୋ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଜେନେରାଲ କନଫରେନ୍ସର ୪୦ତମ ଅଧିବେସନ ଚାଲିଥିବାବେଳେ ଭାରତ ପକ୍ଷରୁ ଏହିଭଳି ଭାବେ ପାକିସ୍ତାନକୁ ଜବାବ ଦିଆଯାଇଛି । ସୁପ୍ରିମକୋର୍ଟ ଆଇନ ଆଧାରରେ ଫଇସଲା ଶୁଣାଇଛନ୍ତି । କିନ୍ତୁ ପାକିସ୍ତାନ ଆମର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଥିବା ଭାରତ କହିଛି । ପାକିସ୍ତାନ ଯେଉଁଭଳି ଭାବେ ଭାରତ ବିରୋଧରେ ଘୃଣ୍ୟସ୍ପଦ କଥା ପ୍ରଚାର କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତ କହିଛି ।