ରୋଗପୋକ ,ଅଦିନିଆ ବର୍ଷା ପରେ ମଣ୍ଡିରେ ହିନସ୍ତା : ଧାନର ଖରାପ ମାନ ଦର୍ଶାଇ ନେଉନାହାଁନ୍ତି ମଣ୍ଡି କର୍ମଚାରୀ

26

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ମଣ୍ଡିରେ ଚାଷୀର ଅବସ୍ଥା ଖୁବ୍ ସମସ୍ୟାପୂର୍ଣ୍ଣ । ଧାନ ଆଣି ୭ ଦିନ ହେଲେ ମଣ୍ଡିରେ ରଖିଛି ଚାଷୀ ହେଲେ ମଣ୍ଡରୁ ଧାନ ଉଠୁନାହିଁ । ଧାନର ମାନ ଖରାପ କହି ଚାଷୀକୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।କଳାହଣ୍ଡିରେ ଚାଷୀ ଯେପରି ଅଭାବି ବିକ୍ରିର ଶିକାର ନହୁଏ ସେଥିବା ପାଇଁ ଖୋଦ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟର ସର୍ବପ୍ରଥମ ଜିଲ୍ଲା ଭାବରେ କଳାହାଣ୍ଡିରୁ ନଭେମ୍ବର ପହିଲାରେ ଧାନ କ୍ରୟ କରିବାକୁ ଘୋଷଣା କରିଥିଲେ । ହେଲେ ପ୍ରଶାସନର ଅପାରଗତା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଏଯାଏଁ ଠିକ ଭାବରେ ମଣ୍ଡି ଖୋଲା ହୋଇନାହିଁ । ଚାଷୀ ମଣ୍ଡିରେ ଧାନ ବିକ୍ରୀ ପାଇଁ ଚାପ ପକାଇଲେ ଧାନର ମାନ ଖରାପ ଅଛି କହି ଚାଷୀର ଧାନରୁ କ୍ୱିଂଟାଲ ପିଛା ୧୦ କେଜି କାଂଟ୍ ଛାଂଟ୍ କରାଯାଉଛି । ଯାହାକୁ ଚାଷୀ ବିରୋଧ କରିଛନ୍ତି ।

କ୍ଷେତରେ ଚକଡା ପୋକ ଲାଗି ଫସଲ ନଷ୍ଟ ହେବା ପରେ ସରକାରଙ୍କ ପକ୍ଷରୁ ସହାୟତା ରାଶିି ଘୋଷଣା କରାଯାଇଛି । ହେଲେ ଧାନ କିଣାରେ କୋହଳ ନିତି ଅବଲମ୍ବନ କରୁନଥିବାରୁ କଳାହାଣ୍ଡି ଜିଲ୍ଲାର ଚାଷି ଅଭାବି ବିକ୍ରୀର ଶିକାର ହେଉଛନ୍ତି । ଚଳିଚ ବର୍ଷ ଧାନର ମାନ ଖରାପ ଥିବା ନେଇ ସରକାର ଘୋଷଣା କରିଥିବା ବେଳେ, ଚାଷୀଙ୍କୁ ଏଫଏକ୍ୱୁମାନର ଧାନ ଆଣିବା ପାଇଁ କହିବା କେତେ ଦୁର ଯଥାର୍ଥ ।

ରାଜ୍ୟରେ ଚାଷି ଆତ୍ମହତ୍ୟା ନେଇ ବିଧାନସଭାରେ ତୁମ୍ବିତୋଫାନ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ପରିଲିକ୍ଷିତ ହେଉଛି