ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ! କହିଲା, ରାଜ୍ୟ ନୁହେଁ ଦଳର ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ୱ

23

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବର୍ଷିଛନ୍ତି ବେଜେପି ନେତା ସଜନ ଶର୍ମା । ସଜ୍ଜନ କହିଛନ୍ତି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ, ଦଳର ଲାଭ କ୍ଷତି ହିସାବ କରି ଗଠନ କରାଯାଇଛି ।

ସଜ୍ଜନ କଟାକ୍ଷ କରି କହିଛନ୍ତି ଯେଉଁ ଲୋକ ସ୍ୱର୍ଗଦ୍ୱାର ଜମି ହଡପ କରିଛନ୍ତି ତାଙ୍କୁ ରାଜସ୍ୱମନ୍ତ୍ରୀ କରାଯାଇଛି । ସେହିଭଳି ଯିଏ ଚାଷୀଙ୍କୁ ସମାଲୋଚନା କରନ୍ତୁ ତାଙ୍କୁ କୃଷିମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।