ମୋଦିଙ୍କ ପରେ ମମତା ! ଆଜି ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

24

କନକ ବ୍ୟୁରୋ : ମୋଦିଙ୍କ ପରେ ମମତା । ଆଜି ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ଓଡିଶାରେ ମମତାଙ୍କ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଦିଦି ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ।

ଏଥିସହ ଚିଟଫଣ୍ଡ ସ୍କାମରେ ଗିରଫ ଦୁଇ ସାଂସଦଙ୍କୁ ବି ଭେଟିବେ । ତେବେ ଏହି ସମୟ ମଧ୍ୟରେ ନବୀନଙ୍କୁ ମମତାଙ୍କ ସମ୍ଭାବ୍ୟ ଭେଟଘାଟ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦିଲ୍ଲୀରେ ମମତାଙ୍କୁ ଭେଟିଥିଲେ ନବୀନ । ଏହାପରେ ମମତା ଆସୁଛନ୍ତି ଓଡିଶା ।

କିଛି ଦିନ ମଧ୍ୟରେ ମମତା ପୁଣି ନବୀନଙ୍କୁ ଭେଟୁଥିବାରୁ ବିଜେପିକୁ ରୋକିବା ପାଇଁ ଏହି ଦୁଇ କିଛି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛି ତୃଣମୂଳ କଂଗ୍ରେସର ଓଡିଶା ଶାଖା ।