ତିନି ତଲାକ୍ ପ୍ରସଙ୍ଗରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ! ଏହି ବ୍ୟବସ୍ଥା ମହିଳାଙ୍କ ଅଧିକାର ଉପରେ ଆକ୍ରମଣ ବୋଲି କହିଲେ ଯୋଗୀ
କନକ ବ୍ୟୁରୋ : ତିନି ତଲାକ୍ ପ୍ରସଙ୍ଗରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ତିନି ତଲାକ୍ ବ୍ୟବସ୍ଥା ମହିଳାଙ୍କ ଅଧିକାର ଉପରେ ଆକ୍ରମଣ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ଦ୍ରୌପଦୀଙ୍କ ବସ୍ତ୍ରହରଣ ପରି ବୋଲି ସେ କହିଛନ୍ତି । ତେବେ ଏହି ପ୍ରସଙ୍ଗରେ କିଛି ଲୋକ କାହିଁକି ମୁହଁ ବନ୍ଦ ରଖିଛନ୍ତି ବୋଲି ଯୋଗୀ ପ୍ରଶ୍ନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁମାନେ ଦେଶ ହିତ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲୁନାହାନ୍ତି ସେମାନେ ଅପରାଧିଙ୍କ ସହ ସମାନ ବୋଲି ଯୋଗୀ କହିଛନ୍ତି । ବିବାହ ଓ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ଗୋଟିଏ ଆଇନ କାହିଁକି ଲାଗୁ ହେବନି ବୋଲି ପ୍ରଶ୍ନ ଉଠାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ଯଦି ଦେଶରେ ଏକତା ଅଛି ତେବେ ଆଇନ କାହିଁକି ଗୋଟିଏ ହୋଇପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ସିଭିଲ କୋଡ୍ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ସିଭିଲ କୋଡ୍କୁ କେଉଁମାନେ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଯୋଗୀ ଆଦିତ୍ୟନାଥ । କିନ୍ତୁ କିଛି ଲୋକ ନିଜ ରାଜନୈତିକ ଫାଇଦା ପାଇଁ ଚୁପ୍ ରହୁଛନ୍ତି ବୋଲି ଯୋଗୀ କହିଛନ୍ତି ।