ମାଲକାନଗିରିର କଳଙ୍କ : ରାସ୍ତା ଉପରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

30

କନକ ବ୍ୟୁରୋ : ମାଲକାନଗିରିରେ ମହିଳାଙ୍କ ସହ ଅସାଦଚାରଣ ଘଟଣାରେ ତଦନ୍ତ ଜାରି ରହିଛି । ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଏହାସହ ପୀଡିତା ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ଏସଡିପିଓଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ।

ଦିନ ଦ୍ୱିପହରରେ ଜଣେ ଆଦିବାସୀ ମହିଳାଙ୍କୁ ଅସଦାଚରଣ । ଗତ ବୁଧବାର ଦିନ ମାଲକାନଗିରି ଜିଲ୍ଲାରେ ସର୍ବସାଧାରଣରେ ଏଭଳି ଘଟଣା ଘଟିଥିଲେ ବି ଏହାକୁ କେହି ବିରୋଧ କରିନଥିଲେ । ବରଂ ଅନେକ ଲୋକ ମୋବାଇଲରେ ଫଟୋ ଓ ଭିଡିଓ ନେବାର ଦେଖାଯାଇଥିଲା । ଏହି ଭିଡିଓ ସ୍ଥାନୀୟ ଅଂଚଳରେ ଭାଇରାଲ ହୋଇଥିଲା ।

ଖବର ଅନୁସାରେ ମାଲାକାନଗିରି ସଦର ବ୍ଲକ ଅଂଚଳର ଜଣେ ୩୫ ବର୍ଷିୟ ମହିଳା ପଦ୍ମଗିରି ସାପ୍ତାହିକ ହାଟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଏକା ଥିବା ସୁଯୋଗ ନେଇ ଜଣେ ଦୁର୍ବୃତ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଦୁର୍ଭାଗ୍ୟର କଥା ହେଲା, କିଛି ଲୋକେ ଘଟଣାକୁ ମୋବାଇଲ ଫୋନରେ ରେକର୍ଡ କରିଥିଲେ । ଘଟଣା ପରେ ସ୍ଥାନୀୟ କିଛି ଲୋକେ ଅଭିଯୁକ୍ତକୁ ବିରୋଧ କରି ଓଲଟା ଆକ୍ରମଣର ଶୀକାର ହୋଇଥିଲେ ।