କେହି ଧରିଥାଏ ମାଛ ତ କାହାକୁ ଫଟୋଗ୍ରାଫିର କ୍ରେଜ୍ ! କ୍ରିକେଟରୁ ଅଧିକ ଏସବୁ ପସନ୍ଦ କରିଥାନ୍ତି କ୍ରିକେଟର୍ସ . . ଦେଖନ୍ତୁ ଆପଣଙ୍କ ପ୍ରିୟ ଖେଳାଳୀଙ୍କ ପ୍ରିୟ ଅଭ୍ୟାସ

52

୨୬ ମେ’ରେ ରିଲିଜ୍ ହୋଇଥିଲା ସିନେମା ‘ସଚିନ୍ : ଏ ମିଲିୟନ୍ ଡ୍ରିମ୍ସ’ । ସିନେମାଟି କ୍ରିକେଟ୍ କିମ୍ବଦନ୍ତୀ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ଜୀବନ ଉପରେ ଆଧାରିତ । ଏଥିରେ ସଚିନ୍ ନିଜେ ହିଁ ନିଜର ଜୀବନଯାତ୍ରା ବୟାନ୍ କରିଥିଲେ । ଏହା ପୂର୍ବରୁ ଧୋନୀ ଏବଂ ଅଝାରୁଦ୍ଦିନଙ୍କ ଜୀବନୀକୁ ନେଇ ମଧ୍ୟ ଆସିଛି ସିନେମା । ଯାହା ପ୍ରମାଣ କରିଥିଲା ଯେ କ୍ରିକେଟରଙ୍କୁ କେବଳ ପଡିଆରେ ପସନ୍ଦ କରନ୍ତିନି ଭାରତୀୟ । ଦେଶବାସୀ ଏହି ଖେଳାଳୀମାନଙ୍କୁ ପଡିଆ ବାହାରେ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ତେଣୁ କ୍ରିକେଟ୍ ପଡିଆ , ସିନେମା ସବୁଠାରେ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥାଏ ।

ଯେମିତି ବଲିଉଡ୍ ଷ୍ଟାର୍ ମାନଙ୍କୁ କଣ ପସନ୍ଦ କଣ ନାପସନ୍ଦ ଜାଣିବା ପାଇଁ ସବୁବେଳେ ଉତ୍ସୁକ ଥାନ୍ତି ପ୍ରଶଂସକ ସେମିତି କ୍ରିକେଟରଙ୍କ ବିଷୟରେ ମଧ୍ୟ ଜାଣିବା ପାଇଁ ଆଗ୍ରହୀ ଥାନ୍ତି ସମସ୍ତେ । ଏବେ ନଜର ପକାନ୍ତୁ ନିଜ ପ୍ରିୟ ଖେଳାଳୀ ହବି ଉପରେ, ଯାହା ସେମାନେ କ୍ରିକେଟଠୁ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି ।

ଯୁବରାଜ୍ ସିଂହ : ୟୁବରାଜ୍ ଯେତେବେଳେ କୌଣସି ହୋଟେଲରେ ପ୍ରବେଶ କରନ୍ତି ସର୍ବପ୍ରଥମେ ଦେଖନ୍ତି ସେଠାରେ ଟେନିସ୍ କୋର୍ଟ ଅଛି ନାଁ ନାହିଁ । କାରଣ ସେ କ୍ରିକେଟ୍ ବ୍ୟତୀତ ଟେନିସ୍ ଖେଳିବାକୁ ପସନ୍ଦ କରନ୍ତି ।

ସଚିନ୍ ତେନ୍ଦୁଲକର୍ : ମାଷ୍ଟର୍ ବ୍ଲାଷ୍ଟର୍ କ୍ରିକେଟ୍ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି । ଏହି କଥା ସେ ନିଜ ଡକ୍ୟୁମେଂଟାରୀରେ କହିଥିଲେ । ସେ କହିଥିଲେ, ମତେ ସଙ୍ଗୀତରେ ଖୁବ୍ ପସନ୍ଦ । ଯେତେବେଳେ ମୋର ମନଦୁଃଖ ଥାଏ ସେତେବେଳେ ଗୀତ ଶୁଣିଥାଏ । ଏହା ସହ ତାଙ୍କୁ ଟେବୁଲ୍ ଟେନିସ୍ ମଧ୍ୟ ଖୁବ୍ ପସନ୍ଦ ।

ଆଜିଙ୍କ୍ୟ ରାହାଣେ : ଆଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ କ୍ରିକେଟ୍ ପୂର୍ବରୁ କରାଟେର ସଉକ୍ ଥିଲା । ସେ ମାତ୍ର ୧୨ ବର୍ଷ ବୟସରେ ହିଁ କରାଟେରେ ବ୍ଲାକ୍ ବେଲ୍ଟ ହାସିଲ୍ କରିନେଇଥିଲେ । ଆଜି ବି ନିଜର ଏହି ପ୍ରତିଭାକୁ ଭୁଲି ନାହାଁନ୍ତି ଆଜିଙ୍କ୍ୟ । ସମୟ ପାଇଲେ କରାଟେ ଅଭ୍ୟାସ କରିଥାନ୍ତି ।

ସୁରେଶ ରୈନା : ଜଣେ ଆକ୍ରମଣାତ୍ମକ ବୋଲର୍ ଭାବରେ ସୁରେଶଙ୍କ ବେଶ୍ ଖାତି ରହିଛି । ତେବେ ଏହି ବାମହାତି ବୋଲର୍ ଗୀତ ବୋଲିବାରେ ମଧ୍ୟ ସଉକ ରଖନ୍ତି । ‘ମେରଠିୟା ଗ୍ୟାଙ୍ଗଷ୍ଟାର୍ସ’ ନାମକ ଏକ ସିନେମାରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ।

ଅନୀଲ୍ କୁମ୍ବଲେ : ଇଣ୍ଡିଆନ୍ କ୍ରିକେଟ୍ ଟିମର ଏହି ପୂର୍ବତନ ଅଧିନାୟକଙ୍କର ଫଟୋଗ୍ରାଫିରେ ବେଶ୍ ସଉକ୍ ଅଛି । ୨୦୧୦ରେ ସେ ନିଜର ଏକ ବହି ମଧ୍ୟ ଲଂଚ୍ କରିଥିଲେ ଯାହାର ନାଁ ଥିଲା ‘ୱାଇଡ୍ ଏଙ୍ଗଲ୍’ । ତେବେ ଏହି ବହି କ୍ୟାମେରା ସହ ତାଙ୍କ ପ୍ରେମକୁ ବୟାନ୍ କରେ ।

ଡେଲ୍ ଷ୍ଟେନ୍ : ଦ୍ରୁତତମ ବୋଲର ଭାବରେ ଖୁବ୍ ଲୋକପ୍ରିୟ ଡେଲ୍ ଷ୍ଟେନ୍ । ଦକ୍ଷିଣ ଆଫିକ୍ରାର ଏହି ବୋଲରଙ୍କା ମାଛ ମାରିବାରେ ବହୁତ୍ ସଉକ୍ ରହିଛି ।

ମହେନ୍ଦ୍ର ସିଂ ଧୋନୀ : କ୍ୟାପଟେନ୍ କୁଲଙ୍କର ବାଇକ୍ ଏବଂ କାର୍ ଖୁବ୍ ପସନ୍ଦ । ଏହା ସମସ୍ତେ ପ୍ରାୟ ଜାଣନ୍ତି । କଣ ଆପଣ ଜାଣନ୍ତି ଆଉ ଏକ ଜିନିଷ ପ୍ରତି ଧୋନୀଙ୍କର ଅନେକ ଦୁର୍ବଳତା ଅଛି । ଯାହାକୁ ସେ ସବୁବେଳେ ନିଜ ପାଖରେ ରଖନ୍ତି । ଧୋନୀଙ୍କୁ ଭିଡିଓ ଗେମ୍ ଖୁବ୍ ପସନ୍ଦ । ସେ ପିଏସପି ସବୁବେଳେ ନିଜ ପାଖରେ ରଖିଥାନ୍ତି ।

ଡ୍ୱାଏନ୍ ବ୍ରାଭୋ : ୱେଷ୍ଟ୍ ଇଣ୍ଡିଜର ଏହି ଖେଳାଳୀ ମ୍ୟୁଜିକରେ ରୁଚି ରଖନ୍ତି । ସେ ଡିଜେ ବ୍ରାଭୋ ନାଁରେ ମଧ୍ୟ ବେଶ୍ ଲୋକପ୍ରିୟ ।

ସେନ୍ ୱର୍ଣ୍ଣ : ସେନ୍ ୱର୍ଣ୍ଣ ଅଷ୍ଟ୍ରେଲିଆର ସ୍ପିନର୍ । ତେବେ କ୍ରିକେଟ୍ ବ୍ୟତୀତ ଆଉ ଏକ ଖେଳ ମଧ୍ୟ ଖେଳନ୍ତି ସେନ୍ ୱର୍ଣ୍ଣ । ତାହା ହେଉଛି ପୋକର୍ ଅର୍ଥାତ୍ । ତାଙ୍କୁ ଏହି ଖେଳରେ ହରାଇବା କଷ୍ଟକର ।

ବିରାଟ୍ କୋହଲୀ : ବିରାଟଙ୍କ ପରଫେକ୍ଟ ବଡିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । କେତେବେଳେ ତାଙ୍କ ଟାଟୁ ତ କେତେବେଳେ ତାଙ୍କ ମସଲ୍ସ୍ । ମହିଳା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ହୋଇଥାଏ । ବିରାଟଙ୍କୁ ଜିମର ଖୁବ୍ ସଉକ୍ ଅଛି । ଅନେକ ସମୟରେ ଜିମରେ ଝାଳ ବାହାରକରୁଥିବାର ନଜର ଆସିଥାନ୍ତି କୋହଲୀ ।