ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କ ସହ ଦୁଷ୍କର୍ମ : ମାଲକାନଗିରି ପୋଟ୍ରେଲ ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

23

କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେଲେ ଆବାସିକ ବିଦ୍ୟାଳୟ ଛାତ୍ରୀ । ଏପରି ଅଭିଯୋଗ ଆସିଛି ମାଲକାନଗିରିର । ଜିଲ୍ଲାର କୋରୁକୁଣ୍ଡା ବ୍ଲକ ପୋଟ୍ରେଲ ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ପରେ ସେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି ।

ଛାତ୍ରାବାସର ରୋଷେୟା ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ସେ କହିଛନ୍ତି । ତେବେ ଏହି ସବୁ ଘଟଣା ପରେ ଛାତ୍ରୀ ଜଣକ ହଷ୍ଟେଲ ଛାଡି ଗତ ଏପ୍ରେଲ ୭ ତାରିଖରେ ବିଦ୍ୟାଳୟରୁ ଟି.ସି ନେଇ ଚାଲି ଯାଇ ଥିଲେ । ତେବେ ଝିଅ ୫ ମାସର ଗର୍ଭବତୀ ଥିବା ଜାଣିବା ପରେ ନିଜ ଗାଁରୁ ଆସି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଥିଲେ ପୀଡିତା ଓ ତାଙ୍କ ବାପା । ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓରକେଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରଧାନ ଶିକ୍ଷକ । ଦୁଷ୍କର୍ମ ଅଭିଯୋଗରେ ଛାତ୍ରାବାସାର ରୋଷେୟାକୁ ଗିରଫ କରି ଡାକ୍ତରୀ ମାଇନା କରିଛି ପୁଲିସ । ପୀଡିତାକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ସିଡବ୍ଲୁସି ଓ ଓରକେଲ ପୁଲିସ ଘଟଣାର ତଦନ୍ତ କରୁଛନ୍ତି  ।

ଦେଖନ୍ତୁ ଏହି ଭିଡ଼ିଓ –