ମାଲକାନଗିରି : ଝିଅକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡିଗଲା ମାଆ

44

କନକ ବ୍ୟୁରୋ : ଝିଅକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡିଗଲା ମାଆ । ମାଲକାନଗିରି ବିଚ୍ଛିନ୍ନାଂଚଳର ବନ୍ଧମାମୁଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପୋଖରୀରରେ ତିନି ବର୍ଷର ଝିଅ ବୁଡି ଯାଉଥିବା ଦେଖି ପାଣି ଭିତରକୁ ଡେଇଁ ପଡିଥିଲେ ମାଆ । ନିଜେ ଗର୍ଭବତୀ ଥିଲେ ମଧ୍ୟ ଝିଅର ଜୀବନ ବିପନ୍ନ ହେଉଥିବା ଦେଖି ପାଣିକୁ ଲମ୍ଫ ଦେଇଥିଲେ ମାଆ ମାରିଆମ୍ମା । ଏହା ଦେଖି ସ୍ଥାନୀୟ ଲୋକେ ଝିଅକୁ ଉଦ୍ଧା କରିଥିଲେ ସୁଦ୍ଧା ଦୀର୍ଘ ସମୟ ଧରି ମାଆଙ୍କୁ ଖୋଜିଖୋଜି କରି ପାଇନଥିଲେ ।

ବହୁ ଖୋଜାଖୋଜି କରିବା ପରେ ମିଳିଥିଲା ମାଆ ମାରିଆମ୍ମାଙ୍କ ମୃତଦେହ । ଗାଁ ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ ସ୍ୱାମୀ ସହଦେବ ବୈରାଗି । ଏପଟେ କିନ୍ତୁ ମାରିଆମ୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ପୂର୍ବରୁ ତାଙ୍କର ଦୁଇଝିଅ ଥିବାରୁ ଗର୍ଭବତୀ ଥିବା ମାରିଆମ୍ମାଙ୍କ ପୁଣି ଝିଅ ଜନ୍ମ ହେବା ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ବାପା ଗୁରୁମୂର୍ତି ଖରା ।