ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସରକୁ ଚିହ୍ନିବେ କେମିତି? ପଢ଼ନ୍ତୁ ଏହି ରିପୋର୍ଟ

197

କ୍ୟାନସର ଏକ ମାରାତ୍ମକ ରୋଗ । ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ । ବିଶ୍ୱରେ କ୍ୟାନସରକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହାର ସୁଫଳ ଏ ଯାଏଁ ମିଳିପାରୁନାହିଁ । ଏକ ମହାମାରୀ ରୋଗ ଭାବେ ପୂରା ବିଶ୍ୱକୁ ନିଜ ପଞ୍ଝାରେ ମାଡି ବସି ଧରିଛି କ୍ୟାନସର । ବୈଜ୍ଞାନିକ ଯୁଗରେ ମଣିଷ ଏତେ ଆଗକୁ ଯାଇଥିଲେ ମଧ୍ୟ କ୍ୟାନସର ଭଳି ରୋଗକୁ ପରାହତ କରିବାର କୌଶଳ ଏ ଯାଏଁ ପାଇ ପାରିନାହିଁ । ତେଣୁ ବିଭିନ୍ନ ସମୟରେ ଅନେକ ଲୋକ କ୍ୟାନସର ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗର ଚିକିତ୍ସା କଲେ ଏହାକୁ କରାୟତ୍ତ କରାଯାଇପାରିବ । ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସରର ଲକ୍ଷଣ ଜାଣିବା ଅତି ସହଜ । ତେଣୁ ଏମିତି କିଛି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।

cancer 2ଅନ୍ତ୍ରନଳୀରେ ସମସ୍ୟା: ଅନ୍ତ୍ରନଳୀ ବା ଖାଦ୍ୟ ନଳୀର ନିମ୍ନଭାଗରେ ସମସ୍ୟା ଦେଖାଦେବା ଏକ ସାଧାରଣ କଥା । ପ୍ରତ୍ୟେକଙ୍କ ଜୀବନରେ ଏହି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ବାରମ୍ବାର ଅନ୍ତ୍ରନଳୀରେ ସମସ୍ୟା ଦେଖାଦେବା କୋଲେନ ବା କୋଲେରେକ୍ଟଲ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଏକ ପ୍ରମୁଖ ସୂଚନା । ଅନେକ ସମୟରେ ଡାଇରିଆ ରୋଗ ହେବା ଏହି ରୋଗର ଏକ ପ୍ରମୁଖ ଲକ୍ଷଣ । ଏହି କାରଣରୁ ପେଟରେ ଗ୍ୟାସ ହେବା ସହ ବେଶି ଯନ୍ତ୍ରଣାଦାୟକ ହୋଇଥାଏ ।

ଅତ୍ୟଧିକ ରକ୍ତ ବୋହିବା: ଖଣ୍ଡିଆ ଖାବରା କିମ୍ବା ଆଘାତ ଲାଗିବା ପରେ ପ୍ରବଳ ରକ୍ତ ବୋହିବା ସହ ବନ୍ଦ ନ ହେବା କ୍ୟାନସରର ଲକ୍ଷଣ । ମଳ ତ୍ୟାଗ କରିବା ସମୟରେ ମଳାଶୟରୁ ରକ୍ତ ପଡିବା କକର୍ଟ ରୋଗର ଆଉ ଏକ ଲକ୍ଷଣ । ତା ଛଡା ମଳତ୍ୟାଗ କରିବା ସମୟରେ ଯଦି ଅତ୍ୟଧିକ କଷ୍ଟ ହେବା ସହ ରକ୍ତ ପଡିବା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣକୁ ସୂଚାଇଥାଏ । ତେବେ ମହିଳାଙ୍କ କ୍ଷେତ୍ରରେ ଯଦି ମାସିକ ଧର୍ମ ପରେ ଯଦି ରକ୍ତତ୍ସାବ ବନ୍ଦ ନ ହୁଏ ତେବେ ଏ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

cancer 3ରାତିରେ ଶୋଇବା ବେଳେ ଅତ୍ୟଧିକ ଝାଳ ବାହାରିବା:  ସମସ୍ତଙ୍କ ଦେହରୁ ଝାଳ ବାହାରିବା ଏକ ସାଧାରଣ କଥା । ଏପରିକି ଶରୀରରୁ ଝାଳ ନ ବାହାରିବା ମଧ୍ୟ ମାରାତ୍ମକ ହୋଇପାରେ । ତେବେ ରାତିରେ ଶୋଇବା ବେଳେ ଯଦି ଅତ୍ୟଧିକ ଝାଳ ବାହାରିବା କୌଣସି ଓøଷଧର ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଇପାରେ । ମାତ୍ର ଯଦି ଏଭଳି ସ୍ଥିତି କିଛି ସପ୍ତାହ ଧରି ଲାଗି ରହିôବା ଝାଳ ନିର୍ଗତ ହେବା ବନ୍ଦ ନ ହୁଲ ତେବେ ଯଥାସମ୍ଭବ ଡାକ୍ତରଙ୍କ ସହ ସର୍ମ୍ପକ କରିବା ଆବଶ୍ୟକ । କାରଣ ଏହା କ୍ୟାନସର ଭଳି ମାରାତ୍ମକ ରୋଗର ଲକ୍ଷଣ ହୋଇପାରେ ।

ଶରୀର ଦୁର୍ବଳ ଲାଗିବା : କାମର ଚାପ ତଥା ଉଚିତ୍ ଢଙ୍ଗରେ ନ ବସିବା ଦ୍ୱାରା ଶରୀରରେ ଯନ୍ତ୍ରଣା ହୋଇଥାଏ । ଏହା ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ନିୟମିତ ଭାବେ ପିଠିରେ ଯନ୍ତ୍ରଣା ହେବା ଏକ ସାଧାରଣ ଲକ୍ଷଣ ନୁହେଁ । ଏହା କୋଲେରେକ୍ଟଲ କିମ୍ବା ପ୍ରୋଷ୍ଟେଟ କ୍ୟାନସରର ମୁଖ୍ୟ ଲକ୍ଷଣ । ଏହାଛଡା ଅଣ୍ଟାର ମାଂସପେଶୀରେ ଯନ୍ତ୍ରଣା ହେବା , ବିନା କାରଣରେ ଶରୀର ଦୁର୍ବଳ ଲାଗିବା କ୍ୟାନସର ପ୍ରାରମ୍ଭିକ ପର୍ଯ୍ୟାୟ ଲକ୍ଷଣ ହୋଇପାରେ ।

ହଠାତ୍ ଓଜନ କମିଯିବା : ଯଦି ବିନା କାରଣରେ ଆପଣଙ୍କ ଓଜନ ହ୍ରାସ ହେଉଥାଏ ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଭୋକ ନ ଲାଗିବା ଓ ବେଶି ଖାଇ ନ ପାରିବା କ୍ୟାନସରର ମୁଖ୍ୟ ଲକ୍ଷଣ । ଯଦି ବିନା କାରଣରେ ଶରୀରର ଓଜନ ଚାରି ପାଞ୍ଚ କିଲୋ କମିଯାଏ ତେବେ ମଧ୍ୟ ଏହା କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଭାବେ ବିବେଚନା କରାଯାଏ ।

patient_story_ବାରମ୍ବାର କାଶ ହେବା: ଥଣ୍ଡା ବା ସର୍ଦ୍ଦି ବାଦ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ନିୟମିତ ଭାବେ କାଶ ହୋଇଥାଏ । ତେବେ ବିନା କାରଣରେ ଲଗାତାର କାଶ ହେବା ଫୁସଫୁସ୍ କର୍ଳଟର ପ୍ରାଥମିକ ଲକ୍ଷଣ । ତେବେ କାଶରେ ଯଦି ରକ୍ତ ପଡିଥାଏ ତେବେ ଡାକ୍ତରଙ୍କ ସହ ତୁରନ୍ତ ସର୍ମ୍ପକ କରିବା ଆବଶ୍ୟକ । ତା ଛଡା ଗଳାରେ ସମସ୍ୟା ଦେଖାଦେବା ଓ ଖାଦ୍ୟ ଗିଳିବା ସମୟରେ ଅସୁବିଧା ଦେଖା ଦେଉଥିଲେ ଡାକ୍ତରଙ୍କ ସହ ସର୍ମ୍ପକ କରିବା ସହ କ୍ୟାନସରର ପରୀକ୍ଷା କରାଇନେବା ଆବଶ୍ୟକ ।

ଛାତି ପୋଡିବା ଓ ଖାଦ୍ୟ ହଜମ ନ ହେବା: ଅନେକ ଲୋକ ଛାତିରେ ଯନ୍ତ୍ରଣା ଏôବଂ ବଦହଜମିକୁ ଏକ ସାଧାରଣ ସମସ୍ୟା ବୋଲି ଭାବିଥାନ୍ତି । ଏପରିକି ଅନେକ ସମୟରେ ଏଭଳି ସମସ୍ୟା ଉପୁଜିଲେ ଡାକ୍ତରଙ୍କୁ ନ ଦେଖାଇବା ସହ ଉପେକ୍ଷା କରିଥାନ୍ତି । କାରଣ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏଭଳି ହୋଇଥାଏ ବୋଲି ସାଧାରଣରେ ସମସ୍ତେ ଭାବିଥାନ୍ତି । କିନ୍ତୁ ଯଦି ଲଗାତାର ଭାବେ ଏଭଳି ସମସ୍ୟା ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ତେଣୁ ଯଥାସମ୍ଭବ ଡାକ୍ତରଙ୍କୁ ଦେଖାଇବା ଉଚିତ । ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ।