ଅନ୍ଧାରୀ ମୂଲକର ଅନ୍ଧାର ହସ୍ପିଟାଲ : ମାଲକାନଗିରି ଏମଭି ୭୯ ଡାକ୍ତରଖାନାରେ ୨ ଦିନ ହେବ ନାହିଁ ବିଜୁଳି

28

କନକ ବ୍ୟୁରୋ : ଅନ୍ଧାରରେ ଚାଲିଛି ରୋଗୀ ସେବା । ବେଟାରୀ ଆଲୁଅରେ ପ୍ରସୂତୀଙ୍କ ପ୍ରସବ କରାଉଛନ୍ତି ଡାକ୍ତର । ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୬୦ କିଲୋମିଟର ଦìର ଏମ.ଭି- ୭୯ ଆଂଚଳିକ ସ୍ୱାସ୍ଥ କେନ୍ଦ୍ରରେ ଚାଲିଛି ଏପରି ଅନ୍ଧାରୀ ଚିକିତ୍ସା । ଡାକ୍ତରଖାନାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ କିଛି ପ୍ରସୂତିଙ୍କୁ ବହୁ କଷ୍ଟରେ ପ୍ରସବ କରାଯାଇ ଥିବା ବେଳେ ଆହିରୁ ୬ ଜଣ ପ୍ରସୂତି ପ୍ରସବ ବେଦନାରେ ଛଟପଟ ହୋଉ ଥିବା କହିଛନ୍ତି ଭାରପ୍ରାପ୍ତ ମେଡିକାଲ ଅଧିକାରୀ ।

ଡାକ୍ତରଖାନାରେ ଜେନେରେଟର ରହିଛି, ହେଲେ ତାହା ବ୍ୟାକଅପ୍ ନେଉନଥିବା ଜଣାପଡିଛି । ଗ୍ରାମବାସୀ ମାନେ ଗୋଟିଏ ଜେନେରେଟର ଯୋଗାଡ କରିଥିଲେ, ବି ତାହା ବି ସମସ୍ୟାର ସମାଧାନ କରି ପାରିନଥିଲା । ଏମ.ଭି -୭୯ ଗାଁରେ ଟ୍ରାନସଫର୍ମର ପୋଡିଯିବାରୁ ଡାକ୍ତରଖାନା ଅନ୍ଧାରରେ ରହିଥିବା ଜଣାପଡିଛି । ତେବେ ଏନେଇ ମେଡିକାଲ ଅଫିସର ସାଉଥକୋ କର୍ତୃପକ୍ଷଙ୍କୁ ଜଣାଇବାର ଦୁଇ ଦିନ ପରେ ନୂତନ ଟ୍ରାନସଫର୍ମର ପଠାଇ ଥିବା କଥା କହିଛନ୍ତି ସାଉଥକୋର ନିର୍ବାହୀ ଯନ୍ତ୍ରୀ ।

ପ୍ରସୂତୀ ଓ ନବଜାତକଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ଡାକ୍ତରଖାନା ପରିସରେ ସ୍ୱତନ୍ତ୍ର ମା’ ଗୃହ କରାଯାଇଛି । ହେଲେ ଏହାକୁ ଏକ ଘରୋଇ ସ୍ୱେଚ୍ଛାସେବୀ ସଂସ୍ଥା ପରିଚାଳିତ କରୁଥିବା ବେଳେ ଏଠାରେ ବି ମା’ ଓ ନବଜାତ ଶିଶୁ ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣା ପଡିଛି ।