ମାଲକାନଗିରି ସୀମାରେ ପୁଣି ମାଓବାଦୀ – ଯବାନ ମୁହାଁମୁହିଁ : ଜଣେ ଯବାନ ସହୀଦ

39

ମାଲକାନଗିରି : ସହିଦ ସପ୍ତାହ ପାଳନ ବେଳେ ଏନକାଉଂଟର । ମାଲକାନଗିରି ସୀମା ସୁକମା ଜିଲ୍ଲା ଭେଜି ଥାନା ଅଚଂଳରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଏଥିରେ କୋବ୍ରା ବାଟାଲିୟନର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମାଓବାଦୀଙ୍କ ସହିଦ ସ୍ତମ୍ଭ ନଷ୍ଟ କରିବାକୁ ଯାଇଥିବା ବେଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଘଟଣାସ୍ଥଳର ଉଜେନାକୁ ଦୃଷ୍ଟିରେ ରଖି ସେଠାକୁ ଅତିରିକ୍ତ ଯବାନ ପଠାଯାଇଛି ।