ମାଲକାନଗିରି ବଣ୍ଡାଘାଟିକୁ ପୋଲ ଅଡୁଆ ! କାମରେ ଆସୁନି ଝୁଲା ପୋଲ, ଭଙ୍ଗା କଲଭର୍ଟ ଏବେ ବି ଏକମାତ୍ର ଭରସା।

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିକୁ ଯୋଗାଯୋଗ କରିବା ଲାଗି ଲୁହା ତିଆରି ଝୁଲା ପୋଲ ନିର୍ମାଣ ହୋଇଛି । ହେଲେ ପୋଲକୁ ସଂଯୋଗ କରିବା ପାଇଁ ଉଭୟ ପାର୍ଶ୍ୟରେ ରାସ୍ତା ନଥିବାରୁ ଲୋକଙ୍କ କାମରେ ଆସୁନାହିଁ ଝୁଲା ପୋର କିନ୍ତୁ ନାହିଁ ।

104

କନକ ବ୍ୟୁରୋ: କୋଟି କୋଟି ଟଙ୍କା ବ୍ୟୟରେ ଦୁର୍ଗମ ତଥା ମାଓ ଉପଦୃତ ଅଂଚଳରେ ନିର୍ମାଣ ହୋଉଛି ଝୁଲା ପୋଲ । ପୋଲ ଗୁଡିକର ଉଦଘାଟନ ମଧ୍ୟ କରିଛନ୍ତି ରାଜନେତା । ତେବେ ରାସ୍ତା ଘାଟ ନଥିବାରୁ ଅନେକ ସ୍ଥାନରେ ପୋଲ ନିର୍ମାଣ ହବା ଘଟଣା ଏବେ ସାମନା କୁ ଆସିଛି । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିକୁ ଯୋଗାଯୋଗ କରିବା ଲାଗି ଲୁହା ତିଆରି ଝୁଲା ପୋଲ ନିର୍ମାଣ ହୋଇଛି । ହେଲେ ପୋଲକୁ ସଂଯୋଗ କରିବା ପାଇଁ ଉଭୟ ପାର୍ଶ୍ୟରେ ରାସ୍ତା ନଥିବାରୁ ଲୋକଙ୍କ କାମରେ ଆସୁନାହିଁ ଝୁଲା ପୋର କିନ୍ତୁ ନାହିଁ ।

ରାସ୍ତା ନ ଥାଇ ଲୋକାର୍ପିତ ହୋଇଛି ଝୁଲା ପୋଲ । ଲୋକାର୍ପଣର ୧୦ ମାସ ପରେ ବି ଅଲୋଡା ବେଲି ବ୍ରିଜ୍ । ଏମିତି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ । ବଣ୍ଡାଘାଟିର ଦୁଇଟି ପଂଚାୟତ ସହ ଯୋଗାଯୋଗ ପାଇଁ ମୁଦୁଲିପଡା ଓ ବାନା ପଚେରୀ ନାଳ ଉପରେ ଦୁଇଟି ଝୁଲା ପୋଲ ନିର୍ମାଣ କରିଛି ଗ୍ରାମ ନିର୍ମାଣ ବିଭାଗ । ବାଣ୍ଡା ଘାଟିରୁ ପ୍ରାୟ ୩ କିଲୋମିଟର ଦୂର ବାନା ପାଚେରୀ ନାଳ ଉପରେ ଝୁଲା ପୋଲ ନିର୍ମାଣ କାମ ଶେଷ ହୋଇଛି, ହେଲେ ଲୋକଙ୍କ କାମରେ ଆସୁନି । କାରଣ ପୋଲ ପାଖକୁ ଯିବା ପାଇଁ ପୋଲର ଉଭୟ ପଟେ ଆପ୍ରୋଚ ରୋଡ ନାହିଁ । ତେଣୁ ବାଧ୍ୟ ହୋଇ ସେଇ ଭଙ୍ଗା ଦଦରା କଲଭର୍ଟ ଦେଇ ବଣ୍ଡି ଆଦିମ ଜନଜାତୀର ଲୋକ ଯାତାୟତ କରୁଛନ୍ତି ।

ଦୁର୍ଗମ ତଥା ମାଓ ଉପଦୃତ ଅଂଚଳରେ କମ୍ ସମୟରେ ପୋଲ ନିର୍ମାଣ ଲାଗି ଝୁଲା ପୋଲ ପାଇଁ ସ୍ଥିର କରିଥିଲା ଜିଲ୍ଲା ପ୍ରଶାସନ । ୨୦୧୬-୧୭ ଆର୍ଥିକ ବର୍ଷରେ ବାନା ପଚେରୀ ନାଳ ଉପରେ ଝୁଲା ପୋଲ ନିର୍ମାଣ ଲାଗି ନିଷ୍ପତି ନିଆଯାଇଥିଲା । ଏଥିପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପୋଲ ନିର୍ମାଣ କାମ  ଗ୍ରାମ୍ୟ ନିର୍ମାଣ ବିଭାଗ ନେଇଥିଲା । ୨୦୧୮ ମାର୍ଚ୍ଚ ୫ରେ ବିଧାୟକ ଡମ୍ବରୁ ଶିଶା ବେଲି ବ୍ରିଜ୍କୁ ଉଦ୍ଘାଟନ କରିଥିଲେ । ଏହାପରେ ପୋଲକୁ ପୂର୍ତ ବିଭାଗକୁ ହସ୍ତାନ୍ତର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ  । ତେବେ ଏବେ ପୋଲ ପାଖକୁ ରାସ୍ତା ନିର୍ମାଣ କାମ ପୁର୍ତ ବିଭାଗ ହାତରେ ଥିବା ବେଳେ ବିଭାଗ କିନ୍ତୁ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ସ୍ଥିତ ୨ଟି ପଂଚାୟତରେ ପ୍ରାୟ ୩୦ ହାଜରରୁ ଅଧିକ ଆଦିମ ବଣ୍ଡା ଜନଜାତୀର ଲୋକ ବସବାସ କରନ୍ତି । ସେମାନଙ୍କ ଉନ୍ନତି ଲାଗି ବଣ୍ଡା ଉନ୍ନୟନ ସଂସ୍ଥା, ଆଇ.ଟି.ଡି.ଏ ପରି ନାନା ବିଭାଗ କାମ କରୁଛନ୍ତି । ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୁର୍ତ ବିଭାଗ ଦୂର ଦୃଷ୍ଟି ଅଭାବରୁ ଲୋକଙ୍କ କାମରେ ଆସୁନି ଝୁଲା ପୋଲ ।