ଉପାନ୍ତରେ ପୁଣି ଶବ ଶୋଭାଯାତ୍ରା : ଛୁଆର ମୃତଦେହ ଧରି ଘରକୁ ଚାଲିଲେ ବାପା ମା

25

vlcsnap-2016-09-02-20h07m10s963କନକ ବ୍ୟୁରୋ : ଦାନ ମାଝୀଙ୍କ ଭଳି ଆଉ ଏକ ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି । ଶବ ଶୋଭାଯାତ୍ରାର କରୁଣ ଚିତ୍ର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ୭ବର୍ଷର ଶିଶୁର ଶବକୁ ବୋହି, ଚାଲି ଚାଲି ଯାଇଛନ୍ତି ବାପା ମା । ମାଥିଲି ହସ୍ପିଟାଲରୁ ଏକ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଶିଶୁକୁ ଡାକ୍ତରଖାନା ନେବା ବେଳେ ବାଟରେ ଶିଶୁର ମୃତ୍ୟୁ ହୋଇଥିଲା।

ଏହାପରେ ବାପା ମାଙ୍କ ଅନୁରୋଧ ପରେ ଆମ୍ବୁଲାନ୍ସ ଡ୍ରାଇଭର ମୃତ ଦେହକୁ ଗାଁକୁ ନେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଅଭିଯୋଗ ହୋଇଛି କି ଅଧାବାଟରେ ଗାଁମୁଣ୍ଡରେ ମୃତ ଦେହକୁ ଓହ୍ଲାଇ ଦେଇଥିଲେ ଡ୍ରାଇଭର । ଏହାପରେ ଅସହାୟ ବାପା ମା ଶିଶୁର ମୃତ ଦେହ ଧରି ଚାଲି ଚାଲି ଯାଇଥିଲେ । ଏହି ଘଟଣାରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏହା ସହ ଦେଖନ୍ତୁ ଏହି ଭିଡିଓ –