ଦାନ ମାଝୀ ପ୍ରସଙ୍ଗରେ ନବୀନ ସରକାରଙ୍କୁ ରିପୋର୍ଟ ମାଗିଲେ ମୋଦି : ସ୍ୱୀକାର କଲେ ସରକାର

25

କନକ ବ୍ୟୁରୋ : ଦାନ ମାଝୀର କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା କେନ୍ଦ୍ର ସରକାର ରିପୋର୍ଟ ତଲବ କରିବା ଚର୍ଚ୍ଚା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। କହିଛନ୍ତି ଏ ସମ୍ବେଦନଶୀଳ ଘଟଣା ଦେଶ ବିଦେଶରେ ରାଜ୍ୟ ତଥା ଦେଶର ଛବିକୁ ଖରାପ କରିଛି। ତେବେ କେଉଁ ପରିସ୍ଥିତିରେ କିଭଳି ସ୍ତ୍ରୀର ଶବକୁ ଦାନ ମାଝୀ କାନ୍ଧରେ ବୋହିଲେ, ସେ ବାବଦରେ ଅବଗତ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ।

ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ଖବର ପ୍ରସାରଣ ହେବା ପରେ ଏହି ଘଟଣାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ରାଜ୍ୟ ସରକାରଙ୍କ ପାଖକୁ ଏକ ଚିଠି ଆସିଥିବା କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ଦାନ ମାଝୀ କାହିଁକି ସ୍ତ୍ରୀର ଶବକୁ ନିଜ କାନ୍ଧରେ ବୋହିଲେ, ଏବଂ ଓଡିଶା ସରକାର ଏ ଘଟଣାରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାର ଏକ ରିପୋର୍ଟ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରତାପ ଦେବ ।

ତେବେ ଗତକାଲି ପ୍ରଧାନମନ୍ତ୍ରୀ ଅଫିସର ଏ ସମ୍ପର୍କରେ ଚିଠି ଆସିଥିବା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ସୂଚନା ଦେଇଛନ୍ତି । ସମ୍ବେଦନଶୀଳ ପ୍ରଧାନମନ୍ତ୍ରୀ ଭାବେ ମୋଦି ଚିଠି ଲେଖିଛନ୍ତି ଓ ରାଜ୍ୟ ସରକାର ଏହାର ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହା ସହ ଦେଖନ୍ତୁ ଏହି ଭିଡିଓ –