ମାଲକାନଗିରି : ପାଗଳ କୁକୁର ଆତଙ୍କରେ ଆତଙ୍କିତ ଲୋକେ, ୪୦ ଜଣ ହୋଇଛନ୍ତି କୁକୁର କାମୁଡ଼ାର ଶିକାର

55

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପାଗଳ କୁକୁର ଅତଙ୍କ । ଗତକାଲି ନାକଟେଶ୍ୱେରୀ ମନ୍ଦିର ଠାରେ ଗତ କାଲି ବିଳମ୍ବିତ ରାତିରେ ଚାଲୁଥିଲା ଯାତ୍ରା । ଆଉ ସେହି ସମୟରେ ଗୋଟିଏ ପାଗଳ କୁକୁର ପ୍ରବେଶ କରି ପ୍ରାୟ ୩୫ ଜଣକୁ କାମୁଡ଼ି ଦେଇଥିଲା । ଏତଦ୍ ବ୍ୟତୀତ ଆଜି ସକାଳୁ ମଧ୍ୟ ପ୍ରାତଃଭ୍ରମଣରେ ଯାଇଥିବା ୫ ଲୋକଙ୍କୁ କାମୁଡ଼ିଛି ପାଗଳା କୁକୁର । ବର୍ତ୍ତମାନ ସୁଦ୍ଧା ୪୦ରୁ ଉର୍ଦ୍ଧ୍ୱ ଲୋକ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଉଛନ୍ତି ।

ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ସହ ପ୍ରତିଶଧକ ଇଂଞ୍ଜେକ୍ସନ ଦିଆଯାଇଛି । ଏବେ ସମସ୍ତେ ବିପଦ ମୁକ୍ତ ଅଛନ୍ତି ବୋଲି ଜଣାପଡ଼ିଛି । ପୌରପରିଷଦ ପକ୍ଷରୁ ଏଯାଏଁ କୁକୁର ଧରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନଥବା ଅଭିଯୋଗ ହେଉଛି । ସେପଟେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ପ୍ରତିଷେଧକ ଔଷଧ ଗଚ୍ଛିତ ଅଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶଶିଭୁଷଣ ମହାପାତ୍ର । ଆନ୍ୟ ପକ୍ଷରେ ଏହି ପାଗଳ କୁକୁରକୁ କାବୁ କରିବା ପାଇଁ ମୁନିସିପାଲଟି ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।