ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ : ୧.୪ ଲକ୍ଷ କୋଟିର ପ୍ରତିଶ୍ରୁତି

୩ହଜାର କୋଟିର ନିବେଶ କରିବେ ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ର ୧୪ ହଜାର ୪ଶହ କୋଟିର ପ୍ରତିଶ୍ରୁତି

75

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣରେ େଯାଗଦେଇ େଦଶର ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶା ଓ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓଡ଼ିଶାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି ଯେ ଆସନ୍ତା ଦିନରେ ସେମାନେ ନିଜ ନିଜ କ୍ଷେତ୍ରରେ ପାଖାପାଖି ୧ଲକ୍ଷ ୩୯ ହଜାର ୬୧୦ କୋଟି ଟଙ୍କା ନିବେଶ କରିବେ। ଶିଳ୍ପପତିମାନଙ୍କର ଏଭଳି ପ୍ରତିଶ୍ରୁତି ଗତକାଲି ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଶିଳ୍ପପତିମାନେ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଓ ଓଡ଼ିଶାରେ େସମାେନ ନିେବଶ କଲେ ନିର୍ଦିଷ୍ଟ କି କି ସୁବିଧା ସରକାର େଯାଗାଇ େଦବେ, େସକଥା ବି େଦାହରାଇଥିେଲ।

ପ୍ରତିଶ୍ରୁତି ପଛରେ ବାସ୍ତବତା ରହିଛି, ଏଭଳି ଏକ ଧାରଣା େଦବା ଲାଗି ଉଭୟ ରାଜ୍ୟ ସରକାର ଓ କଂପାନି କର୍ତୃପକ୍ଷ ଗତକାଲି ଆଉ ଏକ ପଦକ୍ଷେପ ନେଇଛନ୍ତି। ଚାରିଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ, ବେଦାନ୍ତ ଲାଞ୍ଜିଗଡ଼ କାରଖାନା କ୍ଷମତାକୁ ୬ ଏମ୍ଟିପିଏ କରିବା ପାଇଁ ସମ୍ପ୍ରସାରଣ କାର‌୍ୟ୍ୟ, ଫାଲକନ୍ ମେରାଇନ୍ ଏକ୍ସପୋର୍ଟସ୍ ଲିମିଟେଡ୍ର ଡେରାସ୍ ସି’ ଫୁଡ୍ ପ୍ରୋସେସିଂ କାରଖାନା ଓ ଆଦିତ୍ୟ ବିର୍ଲା ଫେସନ୍ ଆଣ୍ଡ ରିଟେଲ୍ ଇଣ୍ଡିଆ ଲିମିଟେଡ୍ର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାବ୍ୟତୀତ ଆଇଟିଇଇଏସ୍ ସିଙ୍ଗାପୁର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି।

ନିବେଶ କରିବା ପାଇଁ ଆଗ୍ରହ ଦେଖାଇଥିବା ଶିଳ୍ପପତିମାନଙ୍କ ମଧ୍ୟରେ ରିଲାଏନ୍ସ, ଟାଟା, ଆଦିତ୍ୟ ବିର୍ଲା ପ୍ରମୁଖ ଅଛନ୍ତି। ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି, କଂପାନି ଓଡ଼ିଶାରେ ୬୦୦୦ କୋଟି ନିବେଶ କରିସାରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ଆଉ ୩୦୦୦ କୋଟି ଖଟାଇବେ। ଅଧିକାଂଶ ଅର୍ଥ ଜିଓ ନେଟୱର୍କ ସ୍ଥାପନ କ୍ଷେତ୍ରରେ କରାଯାଇଛି। ୩୦ ହଜାର ଯୁବକ ଯୁବତୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦେବା ଲାଗି ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍ କର୍ତୃପକ୍ଷ କହିଛନ୍ତି, ସେମାନେ ୪୧ହଜାର କୋଟି ଟଙ୍କା ନିବେଶ କରିବେ। ସେଲ୍ର ଅଧ୍ୟକ୍ଷ ଏ କେ ଚୌଧୁରୀ କହିଛନ୍ତି ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆରଏସପି)ର ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ୪.୫ ନିୟୁତ ଟନ୍ରୁ ବଢ଼ାଇ ୧୦ ନିୟୁତ ଟନ୍ କରିବା ପାଇଁ ଆମେ ୪୧ ହଜାର କୋଟି ଟଙ୍କା ନିବେଶ କରିବୁ। ଏହାଦ୍ବାରା ରାଜ୍ୟରେ ୧୦ ହଜାର ପରୋକ୍ଷ ଓ ୫୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ପ୍ରତିଶ୍ରୁତି ଦେଇଛନ୍ତି, ସେମାନେ ଓଡ଼ିଶାରେ ଆଉ ୨୫ ହଜାର କୋଟି ଟଙ୍କା ନିବେଶ କରିବେ। କାରଖାନା ସମ୍ପ୍ରସାରଣରେ ଏହି ଅର୍ଥ ବିନିଯୋଗ ହେବ। ରାଜ୍ୟରେ କଂପାନି ଇସ୍ପାତ ବ୍ୟବସାୟରେ କେବଳ ୭୫ ହଜାର କୋଟି ଟଙ୍କାର ନିବେଶ କରିସାରିଲାଣି। ଜେଏସ୍ପିଏଲ୍ର ମୁଖ୍ୟ ନବୀନ ଜିନ୍ଦଲ ପୂର୍ବରୁ ରାଜ୍ୟ ସଚିବାଳୟରେ ଓଡ଼ିଶାକୁ ନେଇ ତାଙ୍କ ଯୋଜନା ଅର୍ଥାତ୍ ପୁଞ୍ଜିନିବେଶ ସଂପର୍କରେ ଏକ ଚିତ୍ର ରଖିଥିଲେ। ଗତକାଲି ଏହାକୁ ସେ ଦୋହରାଇଛନ୍ତି। କହିଛନ୍ତି, ୨୦୩୦ ସୁଦ୍ଧା ଅନୁଗୁଳ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୨୦ ନିୟୁତ ଟନ୍ରେ ପହଞ୍ଚାଇବା ପାଇଁ ଆମେ ନିବେଶ ପରିମାଣକୁ ଏକ ଲକ୍ଷ କୋଟି ଟଙ୍କା ପର‌୍ୟ୍ୟନ୍ତ ପହଞ୍ଚାଇବୁ। ରାଜ୍ୟରେ କଂପାନି ବର୍ତ୍ତମାନ ସୁଦ୍ଧା ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିସାରିଲାଣି। ବେଦାନ୍ତ ଗ୍ରୁପ୍ର ମୁଖ୍ୟ ଅନିଲ ଅଗ୍ରୱାଲ୍ କହିଛନ୍ତି, କଳାହାଣ୍ଡିରେ ସେମାନେ ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିବେ। ଲାଞ୍ଜିଗଡ଼ ପ୍ରକଳ୍ପ ସମ୍ପ୍ରସାରଣରେ କଂପାନି ୬୦୦୦ କୋଟି ଟଙ୍କା ନିବେଶ କରିବ।

ସେହିପରି ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା ଏବେ ଯାଏ ରାଜ୍ୟରେ ୪୦ ହଜାର କୋଟି ଟଙ୍କା ନିବେଶ ହୋଇଥିବା ସଂପର୍କରେ ସୂଚାଇବା ସହିତ କଂପାନିର ଆଗାମୀ ନିବେଶ ଯୋଜନା ସଂପର୍କରେ ଜଣାଇଥିଲେ। କହିଥିଲେ, ଆଗାମୀ ଦୁଇ ବର୍ଷରେ ସେମାନେ ଆଉ ୧୪ ହଜାର ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛନ୍ତି। ତେବେ ସିମେଣ୍ଟ୍ ଠାରୁ ଆରମ୍ଭ କରି ଆଲୁମିନିୟମ ପର‌୍ୟ୍ୟନ୍ତ କାରବାର କରୁଥିବା ଏହି ଗ୍ରୁପ୍ କେଉଁ ବ୍ୟବସାୟରେ ଏହି ପୁଞ୍ଜିନିବେଶ କରିବ ତାହା ସେ ସ୍ପଷ୍ଟ କରିନାହାନ୍ତି।

ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲ ଜଣାଇଥିଲେ ଯେ ଓଡ଼ିଶାରେ ଏକ ଅତ୍ୟାଧୁନିକ ବୃହତ ଇସ୍ପାତ କାରଖାନା ସ୍ଥାପନ କରାଯିବ। ଏକଥା ବି କହିଥିଲେ ଯେ ଏ ନେଇ କିଛି ବାଟ କାମ ଆଗେଇଲାଣି। ତେବେ ଜେଏସ୍ଡବ୍ଲ୍ୟୁ ଓଡ଼ିଶାରେ ଠୋସ୍ କେତେ କୋଟି ଖଟାଇବ ସେ ନେଇ କିଛି ସୂଚାଇନାହାନ୍ତି।

ଆଇଟିସି ପକ୍ଷରୁ ଖୋର୍ଦ୍ଧାରେ କାରଖାନା ସମ୍ପ୍ରସାରଣ ପାଇଁ ୫୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କଂପାନିର ଅଧ୍ୟକ୍ଷ ସଞ୍ଜୀବ ପୁରୀ ସୂଚାଇଥିଲେ। ଆଦାନି ପକ୍ଷରୁ ଧାମରାରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ କରିବା ପାଇଁ ୫୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେହିପରି ବ୍ରିଟାନିଆ କଂପାନି କର୍ତୃପକ୍ଷ କହିଥିଲେ, ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ନିବେଶ କରାଯିବ।

ଅନ୍ୟ ବିଶିଷ୍ଟ ଶିଳ୍ପପତିମାନଙ୍କ ମଧ୍ୟରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ, ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍ର ମୁଖ୍ୟ ତାରାରଞ୍ଜନ ପଟ୍ଟନାୟକ, ଓୟୋ ରୁମ୍ସର ସିଇଓ ରିତେଶ ଅଗ୍ରୱାଲ୍, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର ଓ ଏକ୍ସନ୍ ମୋବିଲ୍ର ୱିଲିୟମ୍ ପି ଡେଭିସ୍ ଉପସ୍ଥିତ ଥିଲେ। ଗତକାଲିର ପ୍ଲେନାରି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତକୁ ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଉପସ୍ଥିତ ଥିଲେ।