ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ନେଲା ଡିପ୍ରେସନର ରୂପ ! ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

30

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଟାପ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇଛି । ଏହା ଦକ୍ଷିଣପୂର୍ବ ଦିଗରେ ପୁରୀଠାରୁ ୫୦ କିମି ଦୂରରେ ଅଛି । ଆଜି ରାତିରେ ଏହି ଅବପାତ ପୁରୀ-ଗୋପାଳପୁର ଅତିକ୍ରମ କରିବ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ଟି ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ୨୦ ତାରିଖ ଯାଏଁ ବର୍ଷା ଜାରି ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ରାତିରେ ପବନର ବେଗ ଘଂଟା ପ୍ରତି ୫୦ କିଲୋମିଟର ରହିବା ଅନୁମାନ କରାଯାଇଛି ।