ଲଭ, ସେକ୍ସ, ଧୋକାର ତାଜୁବ କଲାଭଳି କାହାଣୀ ! କନ୍ଧମାଳ ଯୁବକଙ୍କ ଟାର୍ଗେଟରେ ଛାଡପତ୍ର ମହିଳା, ପ୍ରେମରେ ଫସାଇ ଶାରୀରିକ ସଂପର୍କ ରଖି କରୁଥିଲେ ଲୁଟ୍ ।

552

କନକ ବ୍ୟୁରୋ : କନ୍ଧମାଳର ଜଣେ ଯୁବକଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଏକାଧିକ ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ୍ କରି ନିଜର ଶିକାର ବନାନ୍ତି ଏହି ଯୁବକ । ଜଣଙ୍କ ଠାରେ ଉଦ୍ଦେଶ୍ୟ ପୂରଣ ହେଲା ପରେ ପୁଣି ଶିକାର ଖୋଜନ୍ତି । ତେବେ ଏହି ଯୁବକଙ୍କ ଶିକାର ହୋଇଥିବା ଜଣେ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ କନ୍ଧମାଳର ଏହି ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଧର୍ଷଣ ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ଲଭ, ସେକ୍ସ ଧୋକାର କାହାଣୀ । ଟାର୍ଗେଟରେ ଛାଡପତ୍ର ମହିଳା । ଏହା ଏକ ଏମିତି କାହାଣୀ ଯେଉଁଥିରେ ପ୍ରେମିକ ପ୍ରିୟରଞ୍ଜନ ନାୟକ ଜଣଙ୍କ ପରେ ଜଣେ ମହିଳାଙ୍କୁ ଶିକାର କରନ୍ତି । ଅବିବାହିତ ଯୁବତୀ ଏବଂ ଛାଡପତ୍ର ପାଇଥିବା ମହିଳାଙ୍କୁ ଟାର୍ଗେଟ କରନ୍ତି ପ୍ରିୟରଞ୍ଜନ । ନିଜକୁ କେତେବେଳେ ଓଏସ ଅଫିସର ତ ଆଉ କେତେବେଳେ ସରକାରୀ କର୍ମଚାରୀ କହି ଯୁବତୀ ଓ ମହିଳାମାନଙ୍କୁ ପ୍ରେମର ଜାଲରେ ଫଶାଇଥାନ୍ତି । ଥରେ ଫଶିଗଲା ପରେ ଶାରୀରିକ ସମ୍ପର୍କ ରଖିବା ସହିତ ଟଙ୍କା ହଡପ କରନ୍ତି ।

ତେବେ ଆସନ୍ତୁ ଜାଣିବା କେମିତି ଧରାପଡିଲେ ପ୍ରିୟରଂଜନ ?  ଥରେ ଜଣେ ଯୁବତୀଙ୍କ ସହିତ ସମୟ କାଟୁଥିବା ସମୟରେ ପ୍ରିୟରଞ୍ଜନଙ୍କ ନିକଟକୁ ଆସିଥିଲା କିଛି ଫୋନ କଲ୍ । ଆଉ ଏସବୁ ଫୋନ ନମ୍ବରକୁ କୌଶଳ କ୍ରମେ ନେଇଆସିଥିଲେ ଯୁବତୀ  । ଥାନାରେ ପ୍ରିୟରଞ୍ଜନଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଆଉ ତାପରେ ସାମ୍ନାକୁ ଆସିଥିଲା ଏହି ପୁରା ଘଟଣା ।

କନ୍ଧମାଳର ଏହି ଯୁବକ ଜଣେ କି ଦୁଇଜଣ ନୁହେଁ ଏକାଧିକ ଯୁବତୀ ଓ ମହିଳାଙ୍କୁ ଏହିପରି ଉପାୟରେ ଫଶେଇଥିଲେ । ୩ଜଣ ପିଡିତା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଆକସନ ମୁଡକୁ ଆସିଥିଲା କମିଶନରେଟ ପୋଲିସ । ପୋଲିସ ପ୍ରିୟରଞ୍ଜନକୁ ଗିରଫ କରି ଅଧିକ ପଚରା ଉଚୁରା କରୁଛି । ଧର୍ଷଣ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । କମିଶନରେଟ ପୋଲିସ ଏହି ଚାକିସହବିଶ ପ୍ରେମିକକୁ କବଜାକୁ ନେବା ପରେ ଘଟଣାରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ଅଧିକ ଅନୁସନ୍ଧାନ ମଧ୍ୟ ଜାରି ରଖିଛି ।