ରାଜଧାନୀରେ ଏକତରଫା ପ୍ରେମକୁ ନେଇ ଯୁବକର ଉନ୍ମତ୍ତ କାଣ୍ଡ : ମହିଳାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ

36

କନକ ବ୍ୟୁରୋ : ରାଜଧାନୀରେ ଏକତରଫା ପ୍ରେମକୁ ନେଇ ଯୁବକର ଉନ୍ମତ୍ତ କାଣ୍ଡ । ମହିଳାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣ।। ପେଟ୍ରୋଲ ଢାଳି ଜଣେ ମହିଳାଙ୍କୁ ନିଆଁ ଲଗାଇ ଦେଇଛି ଅଭିଯୁକ୍ତ ପ୍ରେମିକ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଯୁବକକୁ ଗିରଫ କରି ପଚରା ଉଚରା କରିଛି ନୟାପଲ୍ଲୀ ଥାନା ପୋଲିସ୍ ।