ସୋନପୁର: ବଦଳପଦର ଗାଁରେ ଡ଼କାୟତ ଓ ଗ୍ରାମବାସୀ ମୁହାଁମୁହିଁ

38

କନକ ବ୍ୟୁରୋ: ସୋନପୁର ଜିଲ୍ଲା ବଦଳପଦର ଗାଁରେ ମୁହାଁମୁହିଁ ହେଲେ ଡ଼କାୟତ ଓ ଗ୍ରାମବାସୀ । ୫ଜଣ ଡ଼କାୟତ ସରପଂଚଙ୍କ ଘରେ ଲୁଟ୍ କରୁଥିବାବେଳେ ଖବର ପାଇ ସେଠାରେ ପହଂଚିଥିଲେ ଗ୍ରାମବାସୀ । ସେମାନେ ଡ଼କାୟତିକୁ ବିରୋଧ କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ଏହାର ପ୍ରତି ଜବାବରେ ଗ୍ରାମବାସୀ ମଧ୍ୟ ଡ଼କାୟତଙ୍କ ଉପରକୁ ଆକ୍ରମଣ କରିଥିଲେ ।

ତେବେ ଏଥିରେ ଜଣେ ଦୁର୍ବୃତ୍ତ ଆହତ ହୋଇଥିବା ବେଳେ ସମସ୍ତ ଡ଼କାୟତ ଫେରାର ହୋଇଯାଇଛନ୍ତି । ଡ଼କାୟତଙ୍କ ଗୁଳି ଚାଳନାରେ ସରପଂଚଙ୍କ ପରିବାରର ଦୁଇ ଜଣ ଆହତ ହୋଇଛନ୍ତି । ସରପଂଚଙ୍କ ଘରୁ ଦୁଇଟି ମୋବାଇଲ ଓ ସୁନାଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।